ଭୁବନେଶ୍ବର:ବଙ୍ଗୋପସାଗରରେ ସକ୍ରିୟ ହେଉଛି ମୌସୁମୀ । ଆସନ୍ତା 24 ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର 23ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Weather Update: ସକ୍ରିୟ ହେଉଛି ମୌସୁମୀ, 23 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - yellow warning for odisha some districts
ବଙ୍ଗୋପସାଗରରେ ସକ୍ରିୟ ହେଉଛି ମୌସୁମୀ । ଆସନ୍ତା 24 ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାନେଇ ଭାରତୀୟ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅଧିକ ପଢ଼ନ୍ତୁ
ମଙ୍ଗଳବାର ରାଜ୍ୟରେ ପାଖାପାଖି 17.3 ମିମି ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା 9.2 ମିମି ତୁଳନାରେ 88 ପ୍ରତିଶତ ଅଧିକ ରହିଛି । ମୌସୁମୀ ସକ୍ରିୟ ହେବା କାରଣରୁ ଆସନ୍ତା 25 ତାରିଖ ଯାଏ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଓଡ଼ିଶାରେ ଜୁନ 14 ସୁଦ୍ଧା ମୌସୁମୀ ଋତୁର ହାରାହାରି ବର୍ଷା 14.1 କିମି ରହିଛି । ଯାହା ସ୍ବାଭାବିକ ଠାରୁ 80 ପ୍ରତିଶତ ନିଅଣ୍ଟିଆ ରହିଥିଲା । ତେବେ ମୌସୁମୀ ଅଗ୍ରସର ହେବା ସହ ମଙ୍ଗଳବାର ସୁଦ୍ଧା ବର୍ଷା ପରିମାଣ 78.7 ମିମି ରେକର୍ଡ କରାଯାଇଛି । ଗତ 7 ଦିନ ମଧ୍ୟରେ 42 ପ୍ରତିଶତ ନିଅଣ୍ଟିଆ ଭରଣ ହୋଇ ବର୍ତ୍ତମାନ ସ୍ବାଭାବିକ ବର୍ଷାଠାରୁ 38 ପ୍ରତିଶତ କମ ରହିଛି ।