ଭୁବନେଶ୍ବର: ରାଜ୍ୟରେ ଆହୁରି 24 ଘଣ୍ଟା ହେବ ବର୍ଷା । ହେଲେ କୌଣସି ଭୟାନକ ପରିସ୍ଥିତି ନାହିଁ । ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବାକୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ଜଳବନ୍ଦୀ କିମ୍ବା ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି।
ବର୍ଷା ବିତ୍ପାତ: ବନ୍ୟା ସ୍ଥିତି ନାହିଁ କହିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ହେଲେ କୌଣସି ଭୟାନକ ପରିସ୍ଥିତି ନାହିଁ । ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବାକୁ କୁହାଯାଇଛି ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ।
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ବିଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ସେଠାରେ 123 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହାପଛକୁ ଖୋର୍ଦ୍ଧା ରହିଛି । ପ୍ରାୟ 103 ମିଲିମିଟର ବର୍ଷା ଏଠାରେ ହୋଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ