ଓଡିଶା

odisha

By

Published : Jul 25, 2022, 8:35 AM IST

ETV Bharat / city

Weather Update: ଆଜି ପ୍ରବଳ ବର୍ଷିବ, 15 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି (ସୋମବାର) ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ 15 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

heavy rain alert by bhubaneswar meteorological centre
Weather Update: ଆଜି ପ୍ରବଳ ବର୍ଷିବ, 15 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର:ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ସୋମବାର) ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶା ଏବଂ ଉପକୂଳର୍ତ୍ତୀ ଅଞ୍ଚଳମାନଙ୍କରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ରାଜ୍ୟର 15ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ରାଜ୍ୟର ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର,ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼,ସୋନପୁର, ବୌଦ୍ଧ ଓ କନ୍ଧମାଳରେ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତାକାଲି(ମଙ୍ଗଳବାର) ଠାରୁ ପାଣିପାଗରେ ସୁଧାର ଆସି ପାଗ ଶୁଖିଲା ରହିବାର ଅନୁମାନ କରାଯାଉଛି ।

ସେହିପରି କେତେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଉତ୍ତର ଓଡ଼ିଶାର 10ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 26 ତାରିଖ ପରେ ଆସନ୍ତା 5 ଦିନ ଯାଏ ରାଜ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ABOUT THE AUTHOR

...view details