ଓଡିଶା

odisha

ETV Bharat / city

ଆରଟିଓରେ ବଢୁଛି ଭିଡ଼, ଗୋଟିଏ ଧାଡ଼ିରେ ପୁରୁଷ ଓ ମହିଳା

ଟ୍ରାଫିକ ଆଇନ ଲାଗୁପରେ ଆରଟିଓରେ ବଢୁଛି ଭିଡ । ମହିଳାଙ୍କ ପାଇଁ ହେଉନି ସ୍ୱତନ୍ତ୍ର ଧାଡି । ଗୋଟିଏ ଧାଡ଼ିରେ ଉଭୟ ପୁରୁଷ ଓ ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

By

Published : Sep 14, 2019, 11:55 PM IST

ଭୁବନେଶ୍ବର:ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହାଇଚଇ । ଏପଟେ ଆରଟିଓ କାର୍ଯ୍ୟାଳୟରେ ଲାଗିଛି ଲମ୍ବା ଲାଇନ । ଦିନକୁ ଦିନ ବଢ଼ୁଛି ଭିଡ଼ । ହେଲେ ମହିଳାଙ୍କ ପାଇଁ ନାହିଁ ସ୍ବତନ୍ତ୍ର ବ୍ୟବସ୍ଥା । 3 ମାସ ପାଇଁ ନିୟମ କୋହଳ ହୋଇଥିଲେ ବି ଲୋକେ ଗାଡି କାଗଜ ପତ୍ର ଠିକ କରିବା ଲାଗି ଅଣ ନିଶ୍ବାସି ହୋଇ ବିଭିନ୍ନ ଆରଟିଓ କାର୍ଯ୍ୟାଳୟ ଦୌଡୁଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ବିଶେଷ କରି ଆରଟିଓ କାର୍ଯ୍ୟାଳୟରେ ଏବେ ଦେଖିବାକୁ ମିଳିଛି ଅଧିକ ଭିଡ । ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଲାଇନ ଲଗାଇବାକୁ ପଡୁଛି । ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଧାଡିର ବ୍ୟବସ୍ଥା କରାଯାଇନାହିଁ । ଫଳରେ ପୁରୁଷଙ୍କ ଧାଡିରେ ଛିଡା ହେବା ଲାଗି ମନେ କରୁଛନ୍ତି ମହିଳା । ମନରେ ଅସନ୍ତୋଷ ଥିଲେ ମଧ୍ୟ ପୁରୁଷଙ୍କ ଧାଡିରେ ଛିଡା ହେବା ଏକ ପ୍ରକାରର ବାଧ୍ୟ ବାଧ୍ୟକତା ସାଜିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details