ଓଡିଶା

odisha

ETV Bharat / city

ଏସଟିଏଫ ହାତରେ ବ୍ରାଉନସୁଗାର ବିଗ ଫିସ, ବାଲେଶ୍ବରରୁ 2.7 କେଜି ଜବତ - ବାଲେଶ୍ବରରୁ 2.7 କେଜି ଜବତ

ଏସଟିଏଫ ହାତରେ ବ୍ରାଉନସୁଗାର ବିଗ ଫିସ । ବାଲେଶ୍ବରରୁ 2.7କେଜି ଜବତ ସହ 2 ଗିରଫ । ବ୍ରାଉନସୁଗାରର ରାକେଟରେ ବିଟେକ୍ ଡିଲର। ଅଧିକ ପଢନ୍ତୁ...

Heavy amount Brown Sugar
ଏସଟିଏଫ ହାତରେ ବ୍ରାଉନସୁଗାର ବିଗ ଫିସ, ବାଲେଶ୍ବରରୁ 2.7 କେଜି ଜବତ

By

Published : Mar 19, 2020, 2:12 PM IST

Updated : Mar 19, 2020, 2:19 PM IST

ଭୁବନେଶ୍ବର: ଏସଟିଏଫ ହାତରେ ବ୍ରାଉନସୁଗାର ବିଗ ଫିସ । ବାଲେଶ୍ବରରୁ 2.7କେଜି ଜବତ ସହ 2 ଗିରଫ । ବ୍ରାଉନସୁଗାରର ରାକେଟରେ ବିଟେକ୍ ଡିଲର। ଛୋଟ ବେପାରୀଙ୍କଠୁ ମିଳିଲା ବିଗ ଫିସର ସୁରାକ । ଏସଟିଏଫ ହାତରେ ବିପୁଳ ପରିମାଣର ବ୍ରାଉନସୁଗାର।

ଏସଟିଏଫ ହାତରେ ବ୍ରାଉନସୁଗାର ବିଗ ଫିସ, ବାଲେଶ୍ବରରୁ 2.7 କେଜି ଜବତ

ବାଲେଶ୍ବରରେ ନୀଳଗିରି ମିତ୍ରପୁରର ଜବତ ହେଲା 2କେଜି 729 ଗ୍ରାମ। ଯାହାର ଆନୁମାନିକ ମୁଲ୍ୟ 2କୋଟି 70 ଲକ୍ଷ । ଆଉ ବିଗ ଡିଲ୍‌ ବେଳେ ଧରାପଡିଲେ ଦୁଇ ବିଗ ବିଟେକ ଡିଲର। ନୀଳଗିରି ମିତ୍ରପୁରର ପ୍ରଦୀପ ଦାସ ଯେକି ମେକାନିକାଲ ଇଂଜିନିୟରି ଛାତ୍ର। ଅନ୍ୟଜଣେ, ନୀଳଗିରି କଲ୍ୟାଣିର ଲୋକନାଥ ବେହେରା ଯେକି ସିଭିଲ ଇଂଜିନୟର ଛାତ୍ର।

ଦୁହେଁ ଘରୋଇ ଇଂଜିନିୟରି କଲେଜର ତୃତୀୟ ବର୍ଷର ଛାତ୍ର। ଲାପଟପ ବ୍ୟାଗରେ ବ୍ରାଉନସୁଗାର ଡିଲବେଳେ ଧରାପଡି ହେଲେ ଗିରଫ। ଯାହାକୁ ଧରିବାକୁ ଛୋଟ ବେପାରୀଙ୍କଠୁ ସୁରାକ ପାଇ ଏସଟିଏଫ କରିଥିଲା ଅପରେସନ। ତେବେ ବ୍ରାଉନସୁଗାର ମୂଳପୋଛ କରିବାକୁ ଓଡିଶା ପୋଲିସ ଜାରି ରଖିଛି ଅପରେସନ। ଗତ ତିନିମାସ ମଧ୍ୟରେ ଏସଟିଏଫ ହାତରେ ଧରାପଡିଲାଣି 6.756 କେଜିର ବ୍ରାଉନସୁଗାର। ଯାହାର ଆନୁମାନିକ ମୁଲ୍ୟ 6କୋଟି 70 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ତେବେ ଏ ରାକେଟର ମାଷ୍ଟରମାଇଣ୍ଡ ଟୁକୁଲ ରାଜକୁ ଖୋଜୁଛି ଏସଟିଏଫ ଟିମ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 19, 2020, 2:19 PM IST

ABOUT THE AUTHOR

...view details