ଓଡିଶା

odisha

ETV Bharat / city

ହିଟୱେଭ: 50 ବର୍ଷରେ ପ୍ରାଣ ହରାଇଛନ୍ତି 17 ହଜାରରୁ ଊର୍ଦ୍ଧ୍ବ, ଓଡିଶାରେ ସର୍ବାଧିକ - ହିଟୱେଭ

ପାଣିପାଗ ବିଶେଷଜ୍ଞଙ୍କ ଏକ ରିପୋର୍ଟ ଅନୁଯାୟୀ, 1971 ପରେ ଭାରତରେ ଏବେ ସୁଦ୍ଧା ଅଂଶୁଘାତରେ 17 ହଜାରରୁ ଅଧିକ ମୃତ୍ୟୁ ହୋଇସାରିଲାଣି । 17,362 ଜଣଙ୍କ ହିଟୱେଭ କାରଣରୁ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ...

ହିଟୱେଭ: 50 ବର୍ଷରେ ପ୍ରାଣ ହରାଇଛନ୍ତି 17 ହଜାରରୁ ଊର୍ଦ୍ଧ୍ବ, ଓଡିଶାରେ ସର୍ବାଧିକ
ହିଟୱେଭ: 50 ବର୍ଷରେ ପ୍ରାଣ ହରାଇଛନ୍ତି 17 ହଜାରରୁ ଊର୍ଦ୍ଧ୍ବ, ଓଡିଶାରେ ସର୍ବାଧିକ

By

Published : Jul 4, 2021, 8:41 PM IST

ଭୁବନେଶ୍ବର: ସମଗ୍ର ବିଶ୍ବ ଏବେ କୋରୋନାରେ କଲବଲ ହେଉଥିବା ସମୟରେ ବଢିଚାଲିଛି ପାରଦ । ଅନେକ ଦେଶରେ ହିଟୱେଭରେ ହନ୍ତସନ୍ତ ହେଉଛନ୍ତି ଲୋକେ । କାନାଡାରେ ଝାଞ୍ଜି ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ପାଣିପାଗ ବିଶେଷଜ୍ଞଙ୍କ ଏକ ରିପୋର୍ଟ ଅନୁଯାୟୀ, 1971 ପରେ ଭାରତରେ ଏବେସୁଦ୍ଧା ଅଂଶୁଘାତରେ 17000ରୁ ଅଧିକ ମୃତ୍ୟୁ ହୋଇସାରିଲାଣି । 17,362 ଜଣଙ୍କ ହିଟୱେଭ କାରଣରୁ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

ରିପୋର୍ଟରେ ଦାବି କରାଯାଇଛି ଯେ ଏକ୍ସଟ୍ରିମ ହିଟ ୱେଭ କାରଣରୁ 1971 ପରଠୁ 1,41,308 ଜଣଙ୍କର ମୃତ୍ୟୁ ହୋଇଛି । ଏଥିମଧ୍ୟରୁ 17,362 ଜଣଙ୍କର ହିଟବେଭ ଯୋଗୁଁ ମୃତ୍ୟୁ ହୋଇଛି । ଅଧ୍ୟୟନରେ କୁହାଯାଇଛି ଯେ ଗତ 50 ବର୍ଷ ମଧ୍ୟରେ EWE ହେତୁ ଏହା ମୋଟ ମୃତ୍ୟୁର ମାତ୍ର 12 ପ୍ରତିଶତ ଅଟେ।

ପାଣିପାଗ ବିଶେଷଜ୍ଞଙ୍କ ଅଧ୍ୟୟନରେ ଜାଣିବାକୁ ମିଳିଛି ଯେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡିଶାରେ ହିଟୱେଭ ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ। ସେହିପରି ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗରେ ମଧ୍ୟ ହିଟୱେଭ କାରଣରୁ ଅନେକ ଲୋଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details