ଓଡିଶା

odisha

ETV Bharat / city

ହନ୍ତସନ୍ତ କରାଉଛି ମାତ୍ରାଧିକ ଗରମ, ୫ ସହରରେ ତାପମାତ୍ରା ୪୦ ଡିଗ୍ରୀ

ରାଜ୍ୟରେ ବାତ୍ୟା ଆଶଙ୍କା ଥିବାବେଳେ ତାପମାତ୍ର କମିବାର ନାଁ ଧରୁନାହିଁ । ରବିବାର ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ଅଧିକ ପଢ଼ନ୍ତୁ

ହନ୍ତସନ୍ତ କରାଉଛି ମାତ୍ରାଧିକ ଗରମ, ୫ ସହରରେ ତାପମାତ୍ରା ୪୦ ଡିଗ୍ରୀ
ହନ୍ତସନ୍ତ କରାଉଛି ମାତ୍ରାଧିକ ଗରମ, ୫ ସହରରେ ତାପମାତ୍ରା ୪୦ ଡିଗ୍ରୀ

By

Published : Mar 20, 2022, 9:32 PM IST

ଭୁବନେଶ୍ବର:ରାଜ୍ୟରେ ବାତ୍ୟା ଆଶଙ୍କା ଥିବାବେଳେ ତାପମାତ୍ର କମିବାର ନାଁ ଧରୁନାହିଁ । ରବିବାର ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ସର୍ବାଧିକ ଦିନ ତାପମାତ୍ରା ଟିଟିଲାଗଡ଼ରେ ରେକର୍ଡ କରାଯାଇଛି । ଏଠାରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ତା ପଛକୁ ବଲାଙ୍ଗୀରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନୁଗୋଳରେ ୪୦.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ବାରିପଦା ଓ ବୌଦ୍ଧରେ ୪୦ ଡିଗ୍ରୀ ତାପମାତ୍ରା ରହିଥିଲା । ରବିବାର ଟିଟିଲାଗଡ଼ର ରାଜ୍ୟର ଉତ୍ତପ୍ତ ସହର ରହିଥିଲା ।

ଟ୍ବିନ୍‌ସିଟି ଭୁବନେଶ୍ବର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୭.୬ ଡିଗ୍ରୀ ଓ ୩୭.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details