ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ତାତି । ହୁ ହୁ ହୋଇ ଦିନକୁ ଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି । ଲାଗୁଛି ଯେମିତି ଆକାଶରୁ ନିଆଁ ହୁଳା ପଡୁଛି । ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ହେଲେ ତାତିରୁ ତ୍ରାହି ନାହିଁ । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲେ ବି ଆହୁରି ଦୁଇ ଦିନ ଧରି ଏଭଳି ଅବସ୍ଥା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ତାତିରୁ ମିଳିବନି ତ୍ରାହି, ଆହୁରି 2ଦିନ ସିଝିବ ଓଡିଶା - ଭୁବନେଶ୍ବର
ସାରା ରାଜ୍ୟରେ ଅସହ୍ୟ ତାତି । ହେଲେ ତାତିରୁ ତ୍ରାହି ନାହିଁ । ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲେ ବି ଆହୁରି ଦୁଇ ଦିନ ଧରି ଏଭଳି ଅବସ୍ଥା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
ଗତ 24 ଘଣ୍ଟା ମଧ୍ୟରେ 12ଟି ସହରର ତାପମାତ୍ରା 40 ଉପରେ ଥିବାବେଳେ ସମ୍ବଲପୁରରେ ସର୍ବାଧିକ 44.5 ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱର 39.7, ଅନୁଗୋଳ 42.1 , ଝାରସୁଗୁଡା 43 , ସୁନ୍ଦରଗଡ 41.5 , ବଲାଙ୍ଗୀରରେ 44 ଓ ଟିଟିଲାଗଡ଼ରେ 44.5 ଡିଗ୍ରୀ ରହିଛି ପାରା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ