ଓଡିଶା

odisha

ETV Bharat / city

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥା, ଶୁଣାଣି କରିବେ ରାଜ୍ୟ ସରକାର - panchayat election news

ଶନିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଶୁଣାଣି ଆରମ୍ଭ କରିବେ । ବାସ୍ତବରେ ରାଜ୍ୟରେ ସିଟ୍ ସଂରକ୍ଷଣକୁ ନେଇ ତୀବ୍ର ଜନଅସନ୍ତୋଷ ରହିଛି । ଅଧିକ ପଢ଼ନ୍ତୁ...

ପଞ୍ଚାୟତ ନିର୍ବାଚନର ସରଂକ୍ଷଣ ବ୍ୟବସ୍ଥା ଉପରେ ଶୁଣାଣୀ କରିବେ ରାଜ୍ୟ ସରକାର (doc)
ପଞ୍ଚାୟତ ନିର୍ବାଚନର ସରଂକ୍ଷଣ ବ୍ୟବସ୍ଥା ଉପରେ ଶୁଣାଣୀ କରିବେ ରାଜ୍ୟ ସରକାର (doc)

By

Published : Oct 15, 2021, 10:55 PM IST

ଭୁବନେଶ୍ବର: ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଶୁଣାଣି ଆରମ୍ଭ କରିବେ । ବାସ୍ତବରେ ରାଜ୍ୟରେ ସିଟ୍ ସଂରକ୍ଷଣକୁ ନେଇ ତୀବ୍ର ଜନଅସନ୍ତୋଷ ରହିଛି । ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ଜିଲ୍ଲାପାଳଙ୍କ ପାଖରେ ବସି ଆଗରୁ ନିର୍ଦ୍ଧାରଣ କରିଥିବା ଅଭିଯୋଗ ହୋଇଛି । କେଉଁଠି କେଉଁ ସିଟ୍ ଦେଲେ ବିଜେଡିକୁ ଜିତିବାକୁ ସୁବିଧା ହେବ ତାହା ଉପରେ ଧ୍ୟାନ ଦିଆଯାଇଥିବା ଅଭିଯୋଗ କରିଥିଲେ ବିରୋଧୀ ।

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥା, ଶୁଣାଣି କରିବେ ରାଜ୍ୟ ସରକାର

ଜାତିଭିତ୍ତିକ ଉପରେ ଧ୍ୟାନ ଦିଆଯାଇ ନାହିଁ । ଏହାକୁ ନେଇ ସାରା ରାଜ୍ୟରେ ଅଭିଯୋଗର ସୁଅ ଛୁଟିଛି । ତେବେ ସରଂକ୍ଷଣ ବ୍ୟବସ୍ଥାକୁ ନେଇ କେତେକ ସଂଶୋଧନ କରିପାରନ୍ତି ରାଜ୍ୟ ସରକାର । ବିଜେପି ତୃଣମୂଳ ସ୍ତରରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଆସନରେ ବିଜୟ ପାଇଁ ବିଜେପିର ଲଗାତାର ବୈଠକ ଚାଲିଛି ।


"ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆମେ ପୁରା ପ୍ରସ୍ତୁତ ଅଛୁ । ତୃଣମୂଳ ସ୍ତରରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଯୋଗ୍ୟ ପ୍ରାର୍ଥୀ ଦେବୁ । ଗତଥର ନିର୍ବାଚନରେ ଯାହା ହୋଇଥିଲା ତା'ଠାରୁ କେମିତି ଭଲ ପ୍ରଦର୍ଶନ କରିବୁ ତାହା ଉପରେ ଗୁରୁତ୍ଵ ଦିଆଯାଉଛି ।" ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details