ଓଡିଶା

odisha

ETV Bharat / city

କୋଭିଡ଼ କିଟରେ ସ୍ୱାସ୍ଥ୍ୟକର୍ମୀଙ୍କ ଧାରଣା - health workers protest demanding job

କରୋନା ମହାମାରୀ ସମୟରେ କୋଭିଡ ଯୋଦ୍ଧା ବୋଲାଉଥିବା ସରକାର ଏବେ ସେମାନଙ୍କୁ ଅଣଦେଖା କରିଛନ୍ତି । ଚାକିରୀରୁ ଛଟେଇ ପରେ ଏବେ ସ୍ୱାସ୍ଥ୍ୟକର୍ମୀ ମାନେ କୋଭିଡ଼ କିଟରେ ରାଜରାସ୍ତାରେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର କୋଭିଡ଼ କିଟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା
ଭୁବନେଶ୍ବର କୋଭିଡ଼ କିଟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା

By

Published : Jan 29, 2021, 4:43 PM IST

ଭୁବନେଶ୍ବର:ରାଜରାସ୍ତାରେ କୋଭିଡ ଯୋଦ୍ଧାଙ୍କ ଧାରଣା । ଦୀର୍ଘ 9 ମାସ ଧରି କରୋନା ମହାମାରୀ ସହିତ ଲଢେଇ କରି ଶେଷରେ ସେହି ଯୋଦ୍ଧାଙ୍କୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି । ଯାହାକୁ ନେଇ ରାଜରାସ୍ତାରେ କୋଭିଡ କିଟରେ ଧାରଣାରେ ବସିଛନ୍ତି । ଏହି ସ୍ୱାସ୍ଥ୍ୟକର୍ମୀ ମାନେ ଆଜି ନବୀନ ନିବାସ ଘେରାଉ କରିବାକୁ ଯୋଜନା କରିଥିବା ବେଳେ ମାଷ୍ଟର କ୍ୟାଣ୍ଟିନ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଯାହା ଫଳରେ ମାଷ୍ଟର କ୍ୟାଣ୍ଟିନ ନିକଟରେ ଦୀର୍ଘ ସମୟ ଧରି ବସି ରହିଥିଲେ।

ଭୁବନେଶ୍ବର କୋଭିଡ଼ କିଟରେ ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା


କୋଭିଡ 19 ମହାମାରୀ ଯୁଦ୍ଧରେ ପାରାମେଡିକାଲ ମେଡିକାଲ କର୍ମୀ ରାଜଧାନୀର ରାଜରାସ୍ତାରେ ଦୀର୍ଘ 24 ଦିନ ଧରି ଶୀତ କାକରରେ ବସି ରହିଛନ୍ତି । ସରକାର କୌଣସି ପ୍ରକାରର ସମବେଦନା କିମ୍ବା ସହଯୋଗର ପ୍ରସ୍ତାବ ଦେଇ ନାହିଁ । କରୋନା ମହାମାରୀ ସମୟରେ ଏମାନେ ଜୀବନକୁ ପାଣି ଛଡାଇ ଦେଶ ମାତୃକାର ସେବା ଦୀର୍ଘ 9 ମାସ ଧରି କରିଆସୁଥିଲେ । କରୋନା ମହାମାରୀ କମିଗଲା ପରେ ରାଜ୍ୟ ସରକାର କରୋନା ଯୋଧ୍ୟାଙ୍କୁ ଡଷ୍ଟବିନକୁ ଫୋପାଡଲା ଭଳି ବ୍ୟବହାର କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details