ଓଡିଶା

odisha

ETV Bharat / city

ତୃତୀୟ ଲହରରେ ଅଧିକ ବୟସ୍କ ଲୋକ ହେଉଛନ୍ତି ଗୁରୁତର - କୋରୋନା ମହାମାରୀର ତୃତୀୟ ଲହର

ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ତୃତୀୟ ଲହରରେ ବୟସ୍କ ଲୋକମାନେ ଅଧିକ ଗୁରୁତର ହେଉଛନ୍ତି। ତୃତୀୟ ଲହରରେ ଛୋଟପିଲାଙ୍କ ଦେହରେ ଜ୍ୱର କାଶ ଦେଖାଯାଇଥିବା ବେଳେ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଗୁରୁତର ଭିନ୍ନ ଲକ୍ଷଣ ଦେଖାଯାଉଛି। ଅଧିକ ପଢନ୍ତୁ

Health specialist dr sampat das on covid19 thirdwave
ତୃତୀୟ ଲହରରେ ଅଧିକ ବୟସ୍କ ଲୋକ ହେଉଛନ୍ତି ଗୁରୁତର

By

Published : Jan 25, 2022, 9:59 PM IST

ଭୁବନେଶ୍ବର: ତୃତୀୟ ଲହରରେ ଅଧିକ ବୟସ୍କ ଲୋକ ଗୁରୁତର ହେଉଛନ୍ତି। ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ତୃତୀୟ ଲହରରେ ବୟସ୍କ ଲୋକମାନେ ଅଧିକ ଗୁରୁତର ହେଉଛନ୍ତି । ତୃତୀୟ ଲହରରେ ଛୋଟପିଲାଙ୍କ ଦେହରେ ଜ୍ୱର କାଶ ଦେଖାଯାଇଥିବା ବେଳେ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଗୁରୁତର ଭିନ୍ନ ଲକ୍ଷଣ ଦେଖାଯାଉଛି। ରାଜ୍ୟ କୋରୋନା ସଚେତନତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ସମ୍ପତ ଦାସ ।

ତୃତୀୟ ଲହରରେ ଅଧିକ ବୟସ୍କ ଲୋକ ହେଉଛନ୍ତି ଗୁରୁତର
ସାଧାରଣତଃ ତୃତୀୟ ଲହରରେ ସବୁ ପ୍ରକାରର ଲୋକାମାନେ ଆକ୍ରାନ୍ତ ହେଉଛନ୍ତି। ଯଦି ଆମେ ଦ୍ୱିତୀୟ ଲହର କୁ ନେଇ ଦେଖିବା ତେବେ ରୃତୀୟ ଲହରରେ ବୟସ 70 ରୁ ଉର୍ଦ୍ଧ୍ବ ସଂକ୍ରମଣ ଅଧିକ ଦେଖାଯାଉଛି। ସେମାନଙ୍କର ଭେଣ୍ଟଲେଟର ରେ ରହୁଛନ୍ତି। ଯେଉଁ ମାନଙ୍କର ସ୍ନାୟୁଜନିତ ରୋଗ ରହିଛି ସେହି ମାନଙ୍କ କ୍ଷେତ୍ରରେ ସଂକ୍ରମଣ ଅଧିକ ରହୁଛି। ପୂର୍ବ ଲକ୍ଷଣ ଜ୍ୱର କାଶ ହେଉଥିଲା ବର୍ତ୍ତମାନ ଏହି ଲହରରେ ଲକ୍ଷଣ ଭିନ୍ନ ରହିଛି। ହଠାତ ବୟସ୍କ ଲୋକମାନେ ଖାଇବା ପିଇବା ବନ୍ଦ କରିଦେବା, ଅତ୍ୟଧିକ ଦୁର୍ବଳ ହୋଇଯିବା, ବାନ୍ତି ହେବା, ଆବନରମାଲ ଭାବରେ ବ୍ୟବହାର କରିବା ଇତ୍ୟାଦି ଲକ୍ଷଣ ବେସି ଲେଖାଯାଉଛି। ଯେଉଁ ମାନଙ୍କର ବୟସ ଅଛି ସେମାନଙ୍କ ପକ୍ଷରେ ଜ୍ୱର କାଶ ଭଲି ଦେଖାଯାଉଛି। ଏଥର ତୃତୀୟ ଲହର ସ୍ନାୟୁ ଜନିତ ରୋଗ କୁ ଅଧିକ ଆକ୍ରାନ୍ତ କରୁଛି। ବୟସ୍କ ଲୋକଙ୍କର ସ୍ନାୟୁ ଜନିତ ରୋଗ ଅଧିକ ରହିଥାଏ। ତେଣୁ ଲକ୍ଷଣ ଅଧିକ ଦେଖାଯାଉଛି।


କକଟେଲ ପ୍ରତି ଧାରଣ ରହିଛି ଯେ ସବୁ ଭଲ ହେଇଯିବ। ତାହା ଭୁଲ ଧାରଣା। ଭାରତରେ ଯେଉଁ କକଟେଲ ରହିଛି ଓମି କ୍ରନ ପକ୍ଷରେ କୌଣସି କିଛି ନାହିଁ। ତାହା ମଧ୍ୟ ପରୀକ୍ଷା କରାଯାଇଛି। ବର୍ତ୍ତମାନ ରେ କକଟେଲ ଦେବା ଆବଶ୍ୟକ ନୁହେଁ। ଡାକ୍ତରଙ୍କ ପରାମର୍ଶ ରେ ନେବା ଉଚିତ। ଓମିକ୍ରନ ଶେଷ ସଂକ୍ରମଣ ତାହା ଭୁଲ। ଭବିଷ୍ୟତରେ ନୂଆ ଲହର ଆସିଯାଇପାରେ। ଯାହା ସବୁ ଗାଇଡଲାଇନ ରହିଛି ତାହା ସମସ୍ତ ମାନନ୍ତୁ। କୌଣସି ଭାଇରସ ଦେହ ପାଇଁ ଭଲ ନୁହେଁ। ଓମି କ୍ରନ ସମ୍ପୂର୍ଣ୍ଣ ସେଫ୍ ଭାବିବା ଠିକ ନୁହେଁ। ଲୋକଙ୍କର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଡ୍ୟାମେଜ ହେଉଛି। ଟୀକା ନେବା ଉଚିତ। ଟୀକା ଦେବା ଦ୍ୱାରା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିବ। ଟୀକା ନେଇଥିବା ଦ୍ୱାରା ଗୁରୁତର କମ ରହିବ।

କୋରୋନା ସବୁ ବ୍ଲଡ଼ ଗ୍ରୁପ ରେ ସଂକ୍ରମଣ କରିପାରିବ। ଗୁରୁତର ମଧ୍ୟ କରିପାରିବ। ଗୁଜବକୁ ନ ଶୁଣି ସଚେତନ ରୁହନ୍ତୁ। ମନୁପିରାଭିର ପାଇଁ ଯେତିକି କରାଯାଇଛି । ନିଜେ ଖାଇବା ଉଚିତ ନୁହେଁ । ଏହାର କୌଣସି ତଥ୍ୟ ଆସିନାହିଁ। ଏହାକୁ ଦେଖିକି ବ୍ୟବହାର କରନ୍ତୁ ନହେଲେ ଭବିଷ୍ୟତରେ ଗୁରୁତର ଭାଇରସ ତିଆରି କରିପାରେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details