ଓଡିଶା

odisha

ETV Bharat / city

ତୃତୀୟ ଲହର ମୁକାବିଲା, ବେଡ଼-ଟେଷ୍ଟ କିଟ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ

ରାଜ୍ୟରେ କୋରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତ ରହିବାକୁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଅଧିକ ପଢନ୍ତୁ..

ତୃତୀୟ ଲହର ପାଇଁ ପ୍ରସ୍ତୁତି, ବେଡ଼- ଟେଷ୍ଟ କିଟ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ
ତୃତୀୟ ଲହର ପାଇଁ ପ୍ରସ୍ତୁତି, ବେଡ଼- ଟେଷ୍ଟ କିଟ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ

By

Published : Aug 26, 2021, 11:13 AM IST

Updated : Aug 26, 2021, 12:50 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି ତୃତୀୟ ଲହର ଆଶଙ୍କା । ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । କୋଭିଡ ମୁକାବିଲା ନେଇ ଆଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ ହସ୍ପିଟାଲରେ ଆବଶ୍ୟକ ଅନୁଯାୟୀ ବେଡ଼, ଟେଷ୍ଟ କିଟ୍‌ ମହଜୁଦ ରହିଥିବା ବେଳେ ୮ ପ୍ରକାରର ଔଷଧ ସହ ଅକ୍ସିଜେନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।

ତୃତୀୟ ଲହର ମୁକାବିଲା, ବେଡ଼-ଟେଷ୍ଟ କିଟ୍‌ ମହଜୁଦ ରଖିବାକୁ ନିର୍ଦ୍ଦେଶ

ଶିଶୁ ବିଭାଗରେ ୧୨ ବେଡ଼ ବିଶିଷ୍ଟ ICU ବେଡ୍‌, ୨୦ରୁ ୩୦ ବେଡ଼ ବିଶିଷ୍ଟ ଅକ୍ସିଜେନ ବେଡ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ତଦାରଖ ପାଇଁ ଜଣେ ଡାକ୍ତରଙ୍କୁ ୨ଟି ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଆଇସିୟୁ ବେଡ, ଆବଶ୍ୟକ କିଟ ଏବଂ ମେଡିସିନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ଏହି ସମସ୍ତ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି । ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ସମସ୍ତ ହସ୍ପିଟାଲ ଗୁଡିକ ତୃତୀୟ ଲହର ପାଇଁ ପ୍ରସ୍ତୁତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 26, 2021, 12:50 PM IST

ABOUT THE AUTHOR

...view details