ଓଡିଶା

odisha

ETV Bharat / city

ସୁଧୁରୁଛି ପ୍ରଦୀପ୍ତ ଓ ବିଷ୍ଣୁଙ୍କ ସ୍ବାସ୍ଥ୍ୟବସ୍ଥା, ଖୁବ ଶୀଘ୍ର ହୋଇପାରନ୍ତି ଡିସଚାର୍ଜ - ଏମ୍ସରେ ବିରୋଧୀ ଦଳ ନେତା

ଉଭୟ ବିରୋଧୀ ଦଳ ନେତା ଏବଂ ଉପନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଅଳ୍ପଦିନ ମଧ୍ୟରେ ଡିସଚାର୍ଜ ହେବା ନେଇ ଏମ୍ସ ସୁପରିଟେଣ୍ଡଣ୍ଟଙ୍କ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

'ବିରୋଧୀ ଦଳ ନେତା ଏବଂ ଉପନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର'
'ବିରୋଧୀ ଦଳ ନେତା ଏବଂ ଉପନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର'

By

Published : Jul 15, 2021, 1:32 PM IST

ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ଏନେଇ ସୂଚନା ଦେଲେ ଭୁବନେଶ୍ବର ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି ଦୁଇ ନେତା ।

'ବିରୋଧୀ ଦଳ ନେତା ଏବଂ ଉପନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର'

ସୂଚନା ଅନୁଯାୟୀ, ବିଗତ କିଛି ଦିନ ହେବ କୋରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ ପ୍ରଦୀପ୍ତ ନାଏକ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ବର୍ତ୍ତମାନ ସୁସ୍ଥ ଥିବାନେଇ ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏମ୍ସ ସୁପରିଟେଣ୍ଡେଣ୍ଟ କହିଛନ୍ତ ଯେ, ଗତ 50 ଦିନ ହେବ ପ୍ରଦୀପ୍ତ ଭେଣ୍ଟିଲେଟରରୁ ବାହାରିଛନ୍ତି । ବର୍ତ୍ତମାନ ସେ ICUରେ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି । ଆଉ କିଛିଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରି ଦିଆଯିବ ।

ସେହିପରି ବିଷ୍ଣୁ ସେଠୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା ନେଇ ମଧ୍ୟ ସୁପରିଟେଣ୍ଡଣ୍ଟ କହିଛନ୍ତି । ବିଷ୍ଣୁ ସେଠୀଙ୍କ କିଡନୀରେ ସାମାନ୍ୟ ଅସୁବିଧା ଅଛି, ସେ ମଧ୍ୟ କିଛିଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଏମ୍ସ ସୁପରିଟେଣ୍ଡଣ୍ଟ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details