ଓଡିଶା

odisha

ETV Bharat / city

ଭିମସାର ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଥା ପଚାରିବାରୁ ଏମିତି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ...

ବୁର୍ଲା ମେଡିକାଲ ଡାକ୍ତରଙ୍କ ଭିଡିଓ ଭାଇରାଲ ଘଟଣାର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଜବ ଯୁକ୍ତି । ଶୁଣନ୍ତୁ କଣ କହୁଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 23, 2019, 5:12 PM IST

ଭୁବନେଶ୍ବର: ଗଣମାଧ୍ୟମ ବାଇଟ୍‌ ନେଲେ କଣ ଶୀଘ୍ର ଟେଲିକାଷ୍ଟ କରୁଛନ୍ତି କି । ତାକୁ ଏଡିଟ୍‌ କରୁଛନ୍ତି ପରେ ଖବର ବଜାଉଛନ୍ତି । ତେଣୁ ଆମେ ରିପୋର୍ଟ ସଂଗ୍ରହ ପରେ କାର୍ଯ୍ୟାନୁଷ୍ଠାନ ନେବୁ । ବୁର୍ଲା ମେଡିକାଲ ଡାକ୍ତରଙ୍କ ଭିଡିଓ ଭାଇରାଲ ଘଟଣାର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏପରି ଅଜବ ଯୁକ୍ତି ବାଢିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଆରଡିସି ଓ ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଦର୍ଶାଇଛନ୍ତି । ଏହାସହ ଡାକ୍ତର ଆନ୍ଦୋଳନକୁ ଡରୁଛନ୍ତି କି ପ୍ରଶ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି,‘ସରକାର କାହାକୁ ଡରନ୍ତି ନାହିଁ, କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତ ରିପୋର୍ଟକୁ ଅପେକ୍ଷା । ଖୁବଶୀଘ୍ର ରିପୋର୍ଟ ଆସିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ।’

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ବୁର୍ଲା ଭିମ୍‌ସାରରେ ଡାକ୍ତରମାନେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details