ଓଡିଶା

odisha

ETV Bharat / city

ତାଳଚେରରେ ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଚିଠି - health minister letter to central health minister

ଅନୁଗୁଳ ଜିଲ୍ଲା ତାଲଚେରରେ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଚିଠି ଲେଖିଛନ୍ତି । ଅଧିକ ପଢ଼ନ୍ତୁ...

ତାଲଚେରରେ ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଚିଠି
ତାଲଚେରରେ ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଚିଠି

By

Published : Oct 8, 2021, 10:35 PM IST

ଭୁବେନେଶ୍ବର: 2014 ମସିହାରେ MCL ଓ ରାଜ୍ୟ ସରକାରଙ୍କ ସହ ଏକ MoU ସ୍ୱାକ୍ଷର ହୋଇଥିଲା। ଅନୁଗୁଳ ଜିଲ୍ଲାର ତାଳଚେରରେ 500 ଶଯ୍ୟା ବିଶିଷ୍ଟ ଏବଂ 100 ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର 20 ଏକର ଜମି ମାଗଣାରେ ଯୋଗାଇ ଦେଇଥିଲେ । 2016-17 ଶିକ୍ଷାବର୍ଷରେ ମେଡିକାଲ୍ କଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ MCL ର ପ୍ରାରମ୍ଭିକ ପ୍ରତିବଦ୍ଧତା ଥିଲା । ହେଲେ ଗତ ଦୁଇ ବର୍ଷ ଧରି ମେଡିକାଲ କଲେଜ ଏବଂ ହସ୍ପିଟାଲ ଆରମ୍ଭ ପାଇଁ ଭିତ୍ତିଭୂମି ବ୍ୟବହାର କରାଯାଇ ନାହିଁ।

ତାଲଚେରରେ ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଚିଠି

2019-20 ରେ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏହି ମେଡିକାଲ କଲେଜ ଏବଂ ହସ୍ପିଟାଲର ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଯାହା ଫଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ସ୍ଥାନୀୟ ଲୋକ ସମସ୍ତ ସୁବିଧା ପାଇପାରିବେ । ଏହି ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ଆହୁରି ମଜବୁତ କରିବା ସହ ଓଡ଼ିଶାରେ ଡାକ୍ତରଙ୍କ ଉପଲବ୍ଧତାକୁ ଆହୁରି ଦୃଢ଼ୀଭୂତ କରିବ ।

ଓଡ଼ିଶାର ଅନୁଗୋଳ ଜିଲ୍ଲା ହେଉଛି କୋଇଲା ଖଣି କାର୍ଯ୍ୟକଳାପର କେନ୍ଦ୍ର ବିନ୍ଦୁ। ଦେଶକୁ ଶକ୍ତି ସୁରକ୍ଷା ଯୋଗାଉଛି ତାଲଚେର । ଏଭଳି ସ୍ଥିତିରେ ଯଥାଶୀଘ୍ର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ନିବେଦନ କରିଛନ୍ତି ନବ କିଶୋର ଦାସ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details