ଓଡିଶା

odisha

ETV Bharat / city

ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି: ସ୍ଵାସ୍ଥ୍ୟ ମନ୍ତ୍ରୀ - କୋରୋନା ଭାଇରସ ଖବର

ଦ୍ବିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି । ଭାରତ ବର୍ଷର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ସବୁ ହସ୍ପିଟାଲ ପ୍ରସ୍ତୁତ ରହିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ଅଧିକ ପଢନ୍ତୁ...

healthminister naba das reaction on covid19 second wave
ରାଜ୍ୟରେ କୋଭିଡ୍ ସ୍ଥିତି ନୟନ୍ତ୍ରଣରେ ରହିଛି :ସ୍ଵାସ୍ଥ୍ୟ ମନ୍ତ୍ରୀ

By

Published : Apr 3, 2021, 2:08 PM IST

ଭୁବନେଶ୍ବର: ଦିନକୁ ଦିନ ଦେଶରେ କୋଭିଡର ଦ୍ବିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି । ସମଗ୍ର ଭାରତ ବର୍ଷର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ସରକାର ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ସବୁ ହସ୍ପିଟାଲ ପ୍ରସ୍ତୁତ ରହିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

ରାଜ୍ୟରେ କୋଭିଡ୍ ସ୍ଥିତି ନୟନ୍ତ୍ରଣରେ ରହିଛି :ସ୍ଵାସ୍ଥ୍ୟ ମନ୍ତ୍ରୀ

ରାଜ୍ୟର ସମସ୍ତ ଚିକିତ୍ସାଳୟକୁ ଜରୁରୀକାଳିନ ଭାବରେ ଅକ୍ସିଜେନ,ବେଡ଼, ଆବଶ୍ୟକତା ଅନୁଯାୟୀ ମେଡ଼ିସିନ, ଭେଣ୍ଟିଲେଣ୍ଟର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ସୀମାବର୍ତ୍ତି ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଯେଉଁ ମାନେ ଆସିବେ ସେମାନଙ୍କର ସ୍କିନିଂ କରାଯାଇ ଆଣ୍ଟିଜେନ ଟେଷ୍ଟ କରିବା ଲାଗି ମଧ୍ୟ କୁହାଯାଇଛି ।

ଟୀକାକରଣ ରାଜ୍ୟରେ ବ୍ୟାପକ ଭାବେ ଚାଲିଛି । ଅଟୋ ଡ୍ରାଇଭର, ମାଂସ ବିକାଳୀ, ହୋଟେଲ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । କେନ୍ଦ୍ର ସରକାରଙ୍କ ନିକଟରେ ଆମେ ଜଣାଇଛୁ ଟିକା ଦେବା ପାଇଁ କହିଛୁ । ଟିକା ପାଇଁ କୌଣସି ସମସ୍ୟା ରହିବ ନାହିଁ ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details