ଭୁବନେଶ୍ବର: କୋରୋନାର ମୁକାବିଲା ନେଇ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ କୋରୋନା ଖର୍ଚ୍ଚ ଉପରେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର କୋରୋନା ମୁକାବିଲାରେ କେଉଁ ଭଳି ଭାବରେ ଅର୍ଥ ଖର୍ଚ୍ଚ କରିଛନ୍ତି ସେ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉତ୍ତର ରଖିଛନ୍ତି ।
ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉତ୍ତର ଦେଇଛନ୍ତି ଯେ ରାଜ୍ୟରେ କୋରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଦ୍ବାରା 30 ଟି ସରକାରୀ ଓ 33 ଟି ବେସରକାରୀ ହସପିଟାଲ ଖୋଲାଯାଇଥିଲା । ରାଜ୍ୟରେ କୋରୋନା ମୁକାବିଲାରେ 33 ବେସରକାରୀ ହସପିଟାଲରେ ମୋଟ 4,79,90,44,893 ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଇଛନ୍ତି । ସେଥିମଧ୍ୟରୁ 3,44,55,54,662 ଟଙ୍କା ବେସରରକାରୀ ହସପିଟାଲକୁ ପ୍ରଦାନ କରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି । ବକେୟା ରାଶି ପ୍ରଦାନ କରାଯାଇନଥିବା ତଥ୍ୟ ପ୍ରଦାନ କରିଛନ୍ତି ।