ଓଡିଶା

odisha

ETV Bharat / city

ସବୁ ପ୍ରକାର ଖାଦ୍ୟର ହେବ ମାନ ଯାଞ୍ଚ: ପ୍ରତିଷ୍ଠା ହେଲା 3ଟି ଯନ୍ତ୍ରପାତି - ଭୁବନେଶ୍ବର

ପନିପରିବା ଠାରୁ ଆରମ୍ଭ କରି ମ୍ୟାଗି ଓ କୋଲ୍ଡଡ୍ରିଙ୍କ୍ସ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟପେୟର ଏବେ ଯାଞ୍ଚ ହେବ । ୮ କୋଟି ଟଙ୍କା ବ୍ୟୟରେ ୩ଟି ଯନ୍ତ୍ରପାତିର ଉଦଘାଟନ କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ । ଅଧିକ ଖବର ପଢନ୍ତୁ...

ସବୁ ପ୍ରକାର ଖାଦ୍ୟର ହେବ ମାନ ଯାଞ୍ଚ; ପ୍ରତିଷ୍ଠା ହେଲା 3ଟି ଯନ୍ତ୍ରପାତି
ସବୁ ପ୍ରକାର ଖାଦ୍ୟର ହେବ ମାନ ଯାଞ୍ଚ; ପ୍ରତିଷ୍ଠା ହେଲା 3ଟି ଯନ୍ତ୍ରପାତି

By

Published : Dec 18, 2019, 1:48 PM IST

ଭୁବନେଶ୍ବର: ପନିପରିବା ଠାରୁ ଆରମ୍ଭ କରି ମ୍ୟାଗି ଓ କୋଲ୍ଡଡ୍ରିଙ୍କ୍ସ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟପେୟର ଏବେ ଯାଞ୍ଚ ହେବ । ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରରେ ପ୍ରଥମଥର ପାଇଁ ପ୍ରତିଷ୍ଠା ହେଲା ଅତ୍ୟାଧୁନିକ ପରୀକ୍ଷା ଯନ୍ତ୍ରପାତି ।

୮ କୋଟି ଟଙ୍କା ବ୍ୟୟରେ ୩ଟି ଯନ୍ତ୍ରପାତିର ଉଦଘାଟନ କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହାଫଳରେ ପନିପରିବା ଠାରୁ ଆରମ୍ଭ କରି ମ୍ୟାଗି ଓ କୋଲ୍ଡଡ୍ରିଙ୍କ୍ସ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟପେୟର ଏଠାରେ ମାନ ଯାଞ୍ଚ କରାଯିବ ସହ ପରୀକ୍ଷା କରାଯିବ । ଆଇସିପି, ଏଲଜି, ଜିସି ନାମକ ତିନୋଟି ମେସିନର ଆଜି ଉଦଘାଟନ କରାଯାଇଛି ।

ସବୁ ପ୍ରକାର ଖାଦ୍ୟର ହେବ ମାନ ଯାଞ୍ଚ; ପ୍ରତିଷ୍ଠା ହେଲା 3ଟି ଯନ୍ତ୍ରପାତି

ଆଗରୁ ବିଭିନ୍ନ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ରାଜ୍ୟ ବାହାରକୁ ପଠାଯାଉଥିଲା କିନ୍ତୁ ଏବେ ଓଡ଼ିଶାରେ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details