କଟକ: ସୋସିଆଲ ମିଡିଆ ମାଧ୍ୟମରେ ସମସ୍ୟାର ସମାଧାନ କରିବ ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 5T ଉପରେ ଗୁରୁତ୍ବ ଦେଇ କିଛି ସ୍ବାସ୍ଥ୍ୟାନୁଷ୍ଠାନକୁ ସୋସିଆଲ ମିଡିଆ ସହ ଯୋଡାଯାଇଛି । ଯାହାଦ୍ବାରା ସାଧାରଣ ଲୋକେ ସବୁ ସମୟରେ ପାଇବେ ସରକାରୀ ସୁବିଧା ।
ସାଧାରଣ ଜନତା ସୋସିଆଲ ମିଡିଆ ଜରିଆରେ ସ୍ବାସ୍ଥ୍ୟ ସୁବିଧା ସହଜରେ ପାଇପାରିବେ । ତେବେ ପ୍ରଥମ ପର୍ଯ୍ୟାୟରେ ଯୋଡାଯାଇଥିବା ପାଞ୍ଚୋଟି ହସ୍ପିଟାଲ ହେଲେ ଏସସିବି ମେଡିକାଲ, କ୍ୟାପିଟାଲ ହସ୍ପିଟାଲ, ରକ୍ତ ସୁରକ୍ଷା ନିର୍ଦ୍ଦେଶାଳୟ, କଟକ ଶିଶୁଭବନ ଓ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ।
ହସ୍ପିଟାଲ | ଟ୍ବିଟର | ଫେସବୁକ |
କଟକ ଏସସିବି ମେଡିକାଲ | @Scbmchctc | https:www.facebook.com/SCBMCHCTC |
କ୍ୟାପିଟାଲ ହସ୍ପିଟାଲ | @CapitalHospita4 | https:www.facebook.com/capitalhospital.bhubaneswar/ |
ରକ୍ତ ସୁରକ୍ଷା ନିର୍ଦ୍ଦେଶାଳୟ | @OdishaSbtc | https:www.facebook.com/odishabloodsafety/ |
କଟକ ଶିଶୁଭବନ | @svppgip | https:www.facebook.com/sishubhawanctc/ |
ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର | @AcharyaCancer | https:www.facebook.com/ahrcccuttack/ |