ଓଡିଶା

odisha

ETV Bharat / city

ତୃତୀୟ ଡୋଜର ଆବଶ୍ୟକତା ରହିଛି କି ? ଶୁଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ - ତୃତୀୟ ଡୋଜର ଆବଶ୍ୟକତା

କୋଭିଡରୁ ରକ୍ଷା ପାଇବା ପାଇଁ ତୃତୀୟ ଡୋଜର ଆବଶ୍ୟକତା ନେଇ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ...

ତୃତୀୟ ଡୋଜର ଆବଶ୍ୟକତା ରହିଛି କି ? ଶୁଣନ୍ତୁ କଣ କହୁଛନ୍ତି  ସ୍ୱାସ୍ଥ୍ୟ ବିଶେଷଜ୍ଞ
ତୃତୀୟ ଡୋଜର ଆବଶ୍ୟକତା ରହିଛି କି ? ଶୁଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

By

Published : Jun 8, 2021, 5:04 PM IST

ଭୁବନେଶ୍ବର: କୋଭିଡରୁ ରକ୍ଷା ପାଇବା ପାଇଁ ତୃତୀୟ ଡୋଜର ଆବଶ୍ୟକତା ରହିଛି କି ? ଏନେଇ କଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ବୟସ୍କ ଲୋକଙ୍କୁ ତୃତୀୟ ଡୋଜ ବୁଷ୍ଟରର ଆବଶ୍ୟକତା ଅଛି ବୋଲି ଏପର୍ଯ୍ୟନ୍ତ ICMR ଏ ପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ। ତେବେ ଦ୍ୱିତୀୟ ଡୋଜ ନେଲା ପରେ ତୃତୀୟ ଡୋଜର ଆବଶ୍ୟକତା କେତେ ରହିଛି, ଏନେଇ କଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆସନ୍ତୁ ଜାଣିବା ।

ତୃତୀୟ ଡୋଜର ଆବଶ୍ୟକତା ରହିଛି କି ? ଶୁଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ଦ୍ୱିତୀୟ ଳହରରେ କୋରୋନାର ନୂଆ ଷ୍ଟ୍ରେନ ଡେ଼ଲଟା ନାମିତ କରାଯାଇଛି । ଏକ ରିପୋର୍ଟ ଅନୁସାରେ ଡେ଼ଲଟା ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ତୃତୀୟ ଡୋଜର ଆବଶ୍ୟକତା ପଡିପାରେ। ଏହି ଭାଇରସ ଟୀକାକରଣ ପରେ ମଧ୍ୟ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡିକୁ ଶୀଘ୍ର ହ୍ରାସ କରି ସଂକ୍ରମଣକୁ ବୃଦ୍ଧି କରିବାରେ ଅଧିକ ଆଶଙ୍କା ରହିଛି। ତେଣୁ ଅନେକ ଲୋକ ଯେଉଁମାନେ ବୟସ୍କ ଓ ରୋଗ ପ୍ରତିରୋଧକ ଶକ୍ତି କମ ରହିଛି ସେମାନଙ୍କ କ୍ଷତ୍ରରେ ଆଣ୍ଟିବଡି କମ ସୃଷ୍ଟି ହୋଇଥାଏ।

ଏପଟେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ଆମ ଦେଶ ହଉ ବା ଅନ୍ୟ କୌଣସି ଦେଶ, ସେଠାରେ ଥିବା କୌଣସି ସ୍ୱାସ୍ଥ୍ୟ ସଂଗଠନ ତୃତୀୟ ଡୋଜର ଆବଶ୍ୟକତା ରହିଥିବା କଥା ଏପର୍ଯ୍ୟନ୍ତ କହିନାହାନ୍ତି । ସେମାନେ ଟିକାକୁ ନେଇ ଯେଉଁ କଥାକହୁଛନ୍ତି ବା ଯେଉଁ ନିୟମ ପାଳନ କରିବାର ପରାମର୍ଶ ଦେଉଛନ୍ତି ସେ ସବୁ ଆମ ସମସ୍ତଙ୍କ ପାଇଁ ଶୁଭଙ୍କର ଅଟେ ବୋଲି କହିଛନ୍ତି ଡିଏମଇଟି ।

ଅନ୍ୟପଟେ ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି, କୋଭିଡ ଦ୍ୱିତୀୟ ଡୋଜ ନେଲା ପରେ ତୃତୀୟ ଡୋଜ ଆବଶ୍ୟକତା ନେଇ ସମୟ କହିବ। ଯେଉଁମାନେ କୋଭିଡ ସଂକ୍ରମିତ ହେବା ପରେ ଟିକା ନେଇଛନ୍ତି ସେମାନଙ୍କ ପାଇଁ ତୃତୀୟ ଡୋଜ ଆବଶ୍ୟକତା ପଡିବନାହିଁ । ଯେଉଁମାନେ ଆକ୍ରାନ୍ତ ନହୋଇ ଟିକା ଗ୍ରହଣ କରିଛନ୍ତି ତାଙ୍କ ପାଇଁ ତୃତୀୟ ଡୋଜର ଆବଶ୍ୟକତା ରହିଛି କି ନାହିଁ ତାହା ସମୟ କହିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details