ଭୁବନେଶ୍ବର :ତୃତୀୟ ଲହର ନିଶ୍ଚିତ ଭାବରେ ଆସିବ। ଯେତେବେଳେ କେସ ଲୋଡ଼ ବଢିବ। ସେହି ସମୟରେ ଜଣାପଡିବ। ରୋଗୀଙ୍କର ହସ୍ପିଟାଲରେ ଭର୍ତ୍ତି ହେବା ଏବେ ବହୁତ କମ ରହୁଛି। ଡେଥ ସଂଖ୍ୟା ମଧ୍ୟ ବହୁତ କମ ରହିଛି । କିନ୍ତୁ ଏହା ଖୁବ ଶୀଘ୍ର ସଂକ୍ରମଣ କରୁଛି। ତେବେ କୁହାଯାଉଛି ଯେ ଏହି ସଂକ୍ରମଣ 3 ରୁ 4 ସପ୍ତାହ ମଧ୍ୟରେ ବଢିବାର ସମ୍ଭାବନା ରହୁଛି। South Africa ତଥ୍ୟ କହୁଛି ଯେ ଦୁଇଟି ଡୋଜ ଟିକା ନେଲା ପରେ ମୃତ୍ୟୁରୁ 70 ପ୍ରତିଶତ ଲୋକେ ମୃତ୍ୟୁ ମୁଖରୁ ବଞ୍ଚିପାରିବେ ।
OMICRON FEAR : ଜାନୁଆରୀ ଶେଷ ସୁଦ୍ଧା ପିକ୍ରେ ରହିବ ସଂକ୍ରମଣ - ଓଡିଶାରେ ଚିନ୍ତା ବଢାଉଛି ଓମିକ୍ରନ
ତୃତୀୟ ଲହର ନିଶ୍ଚିତ ଭାବରେ ଆସିବ । ଯେତେବେଳେ କେସ ଲୋଡ଼ ବଢିବ। ସେହି ସମୟରେ ଜଣାପଡିବ। ଜାନୁଆରୀ ଶେଷ ସୁଦ୍ଧା ଆମେ ପିକରେ ପହଞ୍ଚିଯିବା କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ। ଅଧିକ ପଢନ୍ତୁ
କିନ୍ତୁ UK ତଥ୍ୟ କହୁଛି ଯେ ଏହା 90 ପ୍ରତିଶତ ମୃତ୍ୟୁରୁ ବଞ୍ଚାଇ ପାରୁଛି । ଏହା ଗୋଟିଏ ସୁନାମି ଭଳି ଆସିବ। ବହୁତ ଲୋକଙ୍କୁ ସଂକ୍ରମଣ କରିବ। ଏହା ଏକ ଚିନ୍ତାର କାରଣ ପାଲଟିବ। ଭାରତରେ ଟିକାକାରଣ ସାଉଥ ଆଫ୍ରିକା(South Africa ) ଠାରୁ ଭଲ ଅଛି। ଯଦି ହଠାତ କେସ ଲୋଡ ବଢିବ । ତେବେ ଏହା ସମ୍ଭାଳିବା କଷ୍ଟକର ହୋଇପଡିବ। ଜାନୁଆରୀ ଶେଷ ସୁଦ୍ଧା ଆମେ ପିକରେ ପହଞ୍ଚିଯିବା। ଏହାପରେ ଜୁନ ଜୁଲାଇ ସୁଦ୍ଧା ଏହା କମିଯାଇଥିବ। ଯେଉଁମାନେ ଟିକା ନେଇନାହାନ୍ତି । ତେବେ ସେମାନେ ଟିକା ତୁରନ୍ତ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ