ଭୁବନେଶ୍ବର:କୋଭିଡ ପରିଚାଳନାରେ ନିରଙ୍କୁଶ ଭାବେ ସହଯୋଗ କରିଥିବା ସଫେଇ ମିତ୍ରଙ୍କ ପାଇଁ ବିଏମସି ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । କୋଲ ଇଣ୍ଡିଆର ଶାଖା ସେଣ୍ଟ୍ରାଲ ମାଇନିଂ ପ୍ଲାନିଂ ଓ ଡିଜାଇନ୍ ଇନଷ୍ଟିଚ୍ୟୁଟର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ କଲ୍ୟାଣ ମଣ୍ଡପରେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟମେଳାର ଆୟୋଜନ କରାଯାଇଛି । ଏଥିରେ କେବଳ ୩ ଶହରୁ ଅଧିକ ସଫେଇ ମିତ୍ରଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଜଣକ ପିଛା ୪ କିଲୋଗ୍ରାମ ଲେଖାଏଁ ପୁଷ୍ଟିକର ଖାଦ୍ୟ ସହିତ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।
ସଫେଇ ମିତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା - ଭୁବନେଶ୍ବରରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର
କୋଭିଡ ପରିଚାଳନାରେ ନିରଙ୍କୁଶ ଭାବେ ସହଯୋଗ କରିଥିବା ସଫେଇ ମିତ୍ରଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା । ଅଧିକ ପଢନ୍ତୁ....
ସଫେଇ ମିତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା
CMPDI ପକ୍ଷରୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାବେଳେ ବିଏମସିର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ ପ୍ରଦାନ କରାଯାଉଛି । ଏହି ସ୍ବାସ୍ଥ୍ୟ ଶିବିରରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ ଡାକ୍ତର ସକ୍ରୀୟ ସାମିଲ ହୋଇ ସଫେଇ ମିତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିଥିଲେ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ