ଓଡିଶା

odisha

ମେଲନୁପିରାଭିର ବ୍ୟବହାର ଦ୍ବାରା ୫୦% ସିରିୟସ କେସ କମୁଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

By

Published : Nov 10, 2021, 1:27 PM IST

ବିଶ୍ବର ପ୍ରଥମ କୋରୋନା ବଟିକା 'ମେଲନୁପିରାଭିର' ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଭାରତରେ ଏହାର ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଏହାକୁ ବ୍ୟବହାର କରାଯାଇପାରେ । ଅଧିକ ପଢନ୍ତୁ...

କୋରୋନା ବଟିକାକୁ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
କୋରୋନା ବଟିକାକୁ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ବାହାରିଛି ବିଶ୍ବର ପ୍ରଥମ କୋରୋନା ବଟିକା 'ମେଲନୁପିରାଭିର' । ଏହି ବଟିକା ବ୍ୟବହାର ଦ୍ବାରା ୫୦ ପ୍ରତିଶତ ସିରିୟସ କେସ କମୁଥିବା ଦାବି ହେଉଛି । ତେବେ ଭାରତରେ ଏହାର ବ୍ୟବହାର ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, କୋରୋନା ବଟିକା ମେଲନୁପିରାଭିର ବର୍ତ୍ତମାନ କେବଳ ୟୁରୋପୀୟ ଦେଶରେ ବ୍ୟବହାର କରାଯାଉଛି । ଭାରତରେ ଏହାର ବ୍ୟବହାର ପାଇଁ DCGI ଅନୁମତି ଦେଇନାହିଁ । ଦେଶରେ କୋରୋନା ବଟିକାକୁ ଅନୁମତି ମିଳିବା ପରେ ଏହାକୁ ବ୍ୟବହାର କରାଯାଇପାରେ ।

କୋରୋନା ବଟିକାକୁ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ୟୁରୋପୀୟ ରାଷ୍ଟ୍ରରେ କଟକଣା କୋହଳ ଯୋଗୁଁ ସେଠାରେ ସଂକ୍ରମଣ ବଢୁଛି । ମାତ୍ର ଖୁସିର କଥା ଆମ ଦେଶ ତଥା ରାଜ୍ୟରେ ସଂକ୍ରମଣ କମୁଛି । ମହାମାରୀ କମୁଥିଲେ ହେଁ ରାଜ୍ୟରେ ସର୍ଭିଲାନ୍ସ ଏବଂ ଟେଷ୍ଟିଂ ଜାରି ରହିବ । ହେଲେ ଆମକୁ ସତର୍କ ରହିବାକୁ ପଡିବ ବୋଲି ପରମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଉଲ୍ଲେଖଯୋଗ୍ୟ, ଆମେରିକାର ଏକ ଔଷଧ କମ୍ପାନୀ ମର୍କ ଆଣ୍ଡ କୋ(Merck & Co) ଦ୍ବାରା ମେଲନୁପିରାଭିର ବିକଶିତ କରାଯାଇଛି । ମୃତ୍ୟୁ ଓ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ରୋକିବାରେ ଏହି ବଟିକା ସହାୟକ ହେବ ବୋଲି କମ୍ପାନୀ ଦାବି କରିଛି କମ୍ପାନୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details