ଭୁବନେଶ୍ବର:ରାୟଗଡ଼ା ଜିଲ୍ଲା କାଶୀପୁରରେ ଭିବ୍ରିଓ କଲେରା ସଂକ୍ରମଣ ଉଗ୍ର ରୂପ ନେଇଛି । ତେବେ ଏହା ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି । କଲେରା ସ୍ଥିତିକୁ ନେଇ ନେଇ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, "ବର୍ତ୍ତମାନ ଝାଡ଼ାବାନ୍ତି ସ୍ଥିତି ରାଜ୍ୟରେ ସ୍ଥିର ଅଛି । 6ଟି ଜିଲ୍ଲାରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମୁଦାୟ 382 ଜଣ ଆକ୍ରାନ୍ତ ହୋଇଛନ୍ତି । 13 ଜଣଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟରେ ଉଦ୍ବେଗଜନକ ନୁହେଁ କଲେରା ସ୍ଥିତି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ - ରାଜ୍ୟରେ ସ୍ଥିର ଅଛି କଲେରା ସ୍ଥିତି
ବର୍ତ୍ତମାନ ରାଜ୍ୟରେ କଲୋରା ସ୍ଥିତି ସ୍ଥିର ଅଛି । ସ୍ଥିତି ଉଦ୍ବେଗଜନକ ନୁହେଁ, ଜନସାଧାରଣ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଅଧିକ ପଢନ୍ତୁ
ରାଜ୍ୟରେ ସ୍ଥିର ଅଛି କଲେରା ସ୍ଥିତି
ରାଜ୍ୟରେ ସମୁଦାୟ 382 ଜଣ ଆକ୍ରାନ୍ତ ହୋଇଥିବାବେଳେ 13 ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲାରୁ 9 ଜଣ, ଗଜପତିରୁ 1, ନବରଙ୍ଗପୁର 1, ନୂଆପଡ଼ା 1, କୋରାପୁଟ ଜିଲ୍ଲା ଦଶମନ୍ତପୁର ଅଞ୍ଚଳରୁ ଜଣଙ୍କର ମୃତ୍ୟୁ ହୋଇଛି । ସବୁ ସ୍ଥାନରେ ଝାଡ଼ାବାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିରେ ଭିନ୍ନ ଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପିଇବା ପାଣିକୁ ବିଶୋଧନ କରି ପିଇବା ପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି । ଲୋକମାନେ ଖୋଲାରେ ଥିବା ଜଳ ଉତ୍ସକୁ ବ୍ୟବହାର କରନ୍ତୁ ନାହିଁ ।
ଇଟିଭି ଭାରତ, ଭୁବନେଶ୍ବର