ଭୁବନେଶ୍ବର:ଆସନ୍ତା ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ପ୍ରସ୍ତୁତି ଆରମ୍ଭ କରଛନ୍ତି ବିଭିନ୍ନ ରାଜ୍ୟ । ରାଜ୍ୟରେ ଯଥେଷ୍ଟ ମାତ୍ରାରେ ସ୍ବାସ୍ଥ୍ୟକର୍ମୀ ଟୀକାକରଣ ପାଇଁ ରହିଛନ୍ତି କିନ୍ତୁ ଆବଶ୍ୟକ ପଡ଼ିଲେ ମ୍ୟାନପାୱାର ବଢାଯିବ ବୋଲି କହିଛନ୍ତି (health director reaction on minor vaccination )ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ପ୍ରଧାନମନ୍ତ୍ରୀଙ୍କ ଦୁଇଟି ଗୁରୁତ୍ବପୂର୍ଣ୍ଣ କଥାରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି 15 ବର୍ଷ ରୁ 18 ବର୍ଷ ବୟସର ପିଲାଙ୍କୁ ଟୀକାକରଣ ଏବଂ ଦ୍ଵିତୀୟରେ ବୁଷ୍ଟର ଡୋଜ ଟୀକାର ବ୍ୟବସ୍ଥା କରାଯିବ । ସ୍ବାସ୍ଥ୍ୟକର୍ମୀ ଏବଂ 60 ବର୍ଷରୁ ଅଧିକ ବର୍ଷର ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ ଏହି ବ୍ୟବସ୍ଥା । ଜାନୁଆରୀ 3 ତାରିଖରୁ ପିଲାଙ୍କୁ ଟୀକାକରଣ ଏବଂ 9 ତାରିଖରେ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ ଦେବା ଆରମ୍ଭ ହେବ । ଟୀକାକରଣ ପାଇଁ ରାଜ୍ୟରେ ଏକ ଟିମ ଗଠନ କରାଯାଇଛି । ରାଜ୍ୟରେ ଟୀକା ପାଇଁ କୌଣସି ଅସୁବିଧା ହେବ ନାହିଁ । ଟୀକାକରଣ ପାଇଁ ଯଥେଷ୍ଟ ମ୍ୟାନ ପାୱାର ରଖାଯାଇଛି। ଦରକାର ପଡିଲେ ଅଧିକ ମ୍ୟାନପାୱାର ଗଠନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।