ଓଡିଶା

odisha

କୋଭିଡ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

By

Published : Jan 25, 2022, 7:16 PM IST

Updated : Jan 25, 2022, 7:36 PM IST

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା କମ ରହିଛି। ଏହି କୋଭିଡ ମୃତ୍ୟୁ ମଧ୍ୟରେ 95 ପ୍ରତିଶତ ବହୁବିଧ ରୋଗୀ ରହିଛନ୍ତି । ଅଧିକ ପଢନ୍ତୁ

କୋଭିଡ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା
କୋଭିଡ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ ମୃତ୍ୟୁସଂଖ୍ୟା କମ ଅଛି। ଯେତିକି ସରକାରଙ୍କ ତଥ୍ୟ ଦିଆଯାଇଛି ୯୫ ପ୍ରତିଶତ ବହୁବିଧ ରୋଗୀ ରହୁଛନ୍ତି। ବର୍ତ୍ତମାନର ମୃତ୍ୟୁ ସଂଖ୍ୟା ଦେଖି କହି ହେବ ନାହିଁ ରାଜ୍ୟରେ ମୃତ୍ୟୁ ବଢିଛି । ରାଜ୍ୟରେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା 6 ରୁ 7 ଭିତରେ ରହୁଛି। ରାଜ୍ୟରେ ଫାଟର୍ନିଟି ରେଟ କମ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ସରକାରୀ ତଥ୍ୟ ଅନୁଯାୟୀ, ଜାନୁଆରୀ 25 ତାରିଖରେ 7 ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି।

କୋଭିଡ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା
  • ଜାନୁଆରୀ 19 ତାରିଖରେ 4 ଜଣଙ୍କର ମୃତ୍ୟୁ ଘଟିଛି।
  • ଜାନୁଆରୀ 20 ତାରିଖରେ 7 ଜଣଙ୍କର ମୃତ୍ୟୁ ଘଟିଛି।
  • ଜାନୁଆରୀ 21 ତାରିଖରେ 6 ଜଣଙ୍କର ମୃତ୍ୟୁ ଘଟିଛି।
  • ଜାନୁଆରୀ 22 ତାରିଖରେ 7 ଜଣଙ୍କର ମୃତ୍ୟ ଘଟିଛି।
  • ଜାନୁଆରୀ 23 ତାରିଖ ରେ 6 ଜଣଙ୍କର ମୃତ୍ୟୁ ଘଟିଛି।
  • ଜାନୁଆରୀ 24 ତାରିଖରେ 5 ଜଣଙ୍କର ମୃତ୍ୟୁ ଘଟିଛି।


ତେବେ ରାଜ୍ୟରେ 7 ଦିନ ମଧ୍ୟରେ 42 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ କୋରୋନାରେ ମୃତ୍ୟୁବରଣ ହେଉଥିବା ବ୍ୟକ୍ତି ମାନେ ସାଧାରଣ ଭାବରେ ବହୁବିଧ ରୋଗୀ ରହୁଛନ୍ତି। ଅନ୍ୟପଟେ କିଛି ଦିନ ପୂର୍ବରୁ ରାଜ୍ୟରେ କୋଭିଡ ମୃତ୍ୟୁ ଶୂନ ରହିଥିଲା। ତୃତୀୟ ଲହରରେ ବା ଓମିକ୍ରନ ସଂକ୍ରମଣ ସହ ମୃତକଙ୍କ ସଂଖ୍ୟା ଅଧିକ ଲାଗୁଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 25, 2022, 7:36 PM IST

ABOUT THE AUTHOR

...view details