ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି । ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଧୀରେ ଧୀରେ ସଂକ୍ରମଣ କମୁଛି। ରାଜ୍ୟରେ କୋରୋନା ସ୍ଥିତିରେ ସୁଧାର ଆସୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଆର ଭାଲ୍ୟୁ, ପଜିଟିଭିଟି ରେଟକୁ ତୁଳନା କଲେ ଆମ ରାଜ୍ୟରେ ସ୍ଥିତି ଭଲ ଅଛି । ପିକ୍ ସମୟରେ ହସ୍ପିଟାଲରେ ଆଡମିସନ ରେଟ ଅଧିକ ଥାଏ। ପରିସଂଖ୍ୟାନ ଦେଖିଲେ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକ ଆଇସିୟୁ, ଭେଣ୍ଟିଲେଟରରେ ଅଛନ୍ତି । ଆଇସିୟୁ, ଭେଣ୍ଟିଲେଟରେ ଅଧିକ ମୋଟାଲିଟି କେସ ରହିଥାଏ। ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ମଧ୍ୟରୁ ୫୫ରୁ ୬୦ ପ୍ରତିଶତ, ଆଇସିୟୁରେ ଥିବା ୩୦ ପ୍ରତିଶତ ରୋଗୀଙ୍କ ମୄତ୍ୟୁ ହୋଇଥାଏ ।