ଓଡିଶା

odisha

ETV Bharat / city

ବନ୍ୟା ପରେ ବୃଦ୍ଧି ପାଉଛି ଜଳବାହିତ ରୋଗ ଆଶଙ୍କା, ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ - ବନ୍ୟା ପରେ ବୃଦ୍ଧି ପାଉଛି ଜଳବାହିତ ରେଗ ଆଶଙ୍କା

ରାଜ୍ୟରେ ବନ୍ୟାସ୍ଥିତି ପରେ ଜଳବାହିତ ରେଗ ଆଶଙ୍କା ବୃଦ୍ଧି ପାଇଛି । ତେବେ ଏନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ବନ୍ୟା ପରେ ବୃଦ୍ଧି ପାଉଛି ଜଳବାହିତ ରେଗ ଆଶଙ୍କା
ବନ୍ୟା ପରେ ବୃଦ୍ଧି ପାଉଛି ଜଳବାହିତ ରେଗ ଆଶଙ୍କା

By

Published : Aug 20, 2022, 10:04 PM IST

Updated : Aug 21, 2022, 7:09 AM IST

ଭୁବନେଶ୍ବର:ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାସ୍ଥିତି ପରେ ଜଳବାହିତ ରୋଗ ଆଶଙ୍କା ବୃଦ୍ଧି ପାଇଛି ।ହଇଜା, ଡାଇରିଆ, ଜଣ୍ଡିସ, ଟାଇଫଏଡ଼ ଭଳି ରୋଗ ବ୍ୟାପି ପାରେ । ତେଣୁ ବନ୍ୟା ଅଞ୍ଚଳ ଗୁଡ଼ିକରେ ପାଣି ଖସିବା ପରେ ସମସ୍ତ ଜଳ ଉତ୍ସ ବା ନଳକୂପ ଓ କୂଅ ଗୁଡିକୁ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା କହିଛି ସ୍ବାସ୍ଥ୍ୟ ବିଭାଗ ।

ବନ୍ୟା ପରେ ବୃଦ୍ଧି ପାଉଛି ଜଳବାହିତ ରେଗ ଆଶଙ୍କା



ପାଣିରେ ହାଲୋଜେନ ବଟିକା ପକାଇ ପିଇବା, ପାଣି ଫୁଟାଇ ପିଇବା, ସ୍ୱଚ୍ଛ ପାନୀୟ ଜଳ ପିଇବା, ସାବୁନରେ ହାତ ଧୋଇବା ପାଇଁ ସଚେତନ କରାଯାଉଛି । ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକୁ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଭଦ୍ରକ, ବାଲେଶ୍ୱର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର, ଅନୁଗୋଳ, ପୁରୀ, ଯାଜପୁର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମେଡ଼ିକାଲ ରିଲିଫ ସେଣ୍ଟର କାର୍ଯ୍ୟ କରୁଥିବା କୁହାଯାଇଛି । ଏହସହ 163ଟି ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ପ୍ରସ୍ତୁତ କରାଯାଇଥିବା ବେଳେ 115ଟି ମୋବାଇଲ ହେଲଥ ଟିମ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସମୟରେ 3ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି ।


1. ଜ୍ଵର, ଥଣ୍ଡା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପହଞ୍ଚାଇବା ।
2. ଯେଉଁ ମାନଙ୍କୁ ମେଡ଼ିକାଲ ସ୍ଥାନାନ୍ତର ଆବଶ୍ୟକ ସେମାନଙ୍କୁ ମେଡ଼ିକାଲ ନେବା ।
3. ଲୋକଙ୍କୁ ପାଣିରେ ହାଲୋଜେନ ବଟିକା ଯୋଗାଇବା ଏବଂ ସାବୁନରେ ହାତ ଧୁଆ ଏବଂ ଦୂଷିତ ପାଣି ନପିଇବା ବିଷୟରେ ସଚେତନ କରିବା ।

ବର୍ତ୍ତମାନ ଅନେକ ସ୍ଥାନରେ ଶୁଦ୍ଧ ପାନୀୟ ଜଳର ଅଭାବ ରହିଛି । ତେଣୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏହାସହ ଗର୍ଭବତୀ ମହିଳାଙ୍କୁ ଜଳବନ୍ଦୀ ଅଞ୍ଚଳରୁ ଉଦ୍ଧାର କରି ମେଡ଼ିକାଲ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ରହିଥିଲା । କୌଣସି ବଡ଼ ଅଘଟଣର ବର୍ତ୍ତମାନ ସୁଦ୍ଧା ସୂଚନା ମିଳିନଥିବା ବେଳେ 4ଟି ସାପ କାମୁଡା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ସମସ୍ତେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।


ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 21, 2022, 7:09 AM IST

ABOUT THE AUTHOR

...view details