ଭୁବନେଶ୍ବର: କୋରୋନା ମହାମାରୀ ସହ ବର୍ତ୍ତମାନ ମଙ୍କିପକ୍ସ ଚିନ୍ତା ବଢାଇଛନ୍ତି । ଦେଶରେ 4ଟି ମାଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ଏହା ପରେ ସ୍ବାସ୍ଥ୍ୟ ବିଭାଗ ସତର୍କତା ଅବଲମ୍ବନ କରିଛନ୍ତି । ରାଜ୍ୟରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇନଥିଲେ ବି ସ୍ବାସ୍ଥ୍ୟ ବିଭାଗ ସତର୍କ ରହିଛି । ଲକ୍ଷଣ ଦେଖାଦେଲେ ନିକଟସ୍ଥ ଡାକ୍ତରଖାନା ଯିବା ସହ ଆଶାକର୍ମୀ ଏବଂ ANM କର୍ମୀଙ୍କୁ ତୁରନ୍ତ ଖବର ଦେବା ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।
Monkeypox: ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, ଲକ୍ଷଣ ଥିଲେ ଯାଆନ୍ତୁ ଡାକ୍ତରଖାନା - ମଙ୍କିପକ୍ସକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା
କୋରୋନା ମହାମାରୀ ସହ ବର୍ତ୍ତମାନ ମଙ୍କିପକ୍ସ ଚିନ୍ତା ବଢାଇଛନ୍ତି । ଦେଶରେ 4ଟି ମାଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ଏହା ପରେ ସ୍ବାସ୍ଥ୍ୟ ବିଭାଗ ସତର୍କତା ଅବଲମ୍ବନ କରିଛନ୍ତି । ରାଜ୍ୟରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ସତର୍କ ରହିଛି । ଅଧିକ ପଢନ୍ତୁ
ମାଙ୍କିପକ୍ସକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା
ସେ ଆହୁରି କହୁଛନ୍ତି, "ଲକ୍ଷଣ ଆସିଲେ ନିଜକୁ ଆଇସୋଲେଟ କରନ୍ତୁ । ରାଜ୍ୟର ମୁଖ୍ୟ ହସ୍ପିଟାଲମାନଙ୍କରେ ଆଇସୋଲେଟ୍ ବେଡ଼ ରଖାଯାଇଛି । ଯଦି କୌଣସି କାରଣରୁ ଗୁରୁତର ରୋଗୀ ଆସନ୍ତି, ତେବେ ସେମାନଙ୍କ ପାଇଁ ଆଇସିୟୁ ବେଡ଼ ରଖାଯାଇଛି ।" ମଙ୍କିପକ୍ସ ଜଟିଳ ହେଲେ ନିମୋନିଆ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଏ । ଏହାକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା ସହ ଆଇସିୟୁର ମ୍ୟାନେଜମେଣ୍ଟ ଆବଶ୍ୟକ ପଡୁଥିବାରୁ ଅଲଗା ପ୍ରସ୍ତୁତ ରଖାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଇଟିଭି ଭାରତ, ଭୁବନେଶ୍ବର