ଭୁବନେଶ୍ବର: ଦେଶରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରାଜ୍ୟରେ ମଧ୍ୟ ସଂକ୍ରମଣ କ୍ରମଶଃ ବୃଦ୍ଧି ହେଉଛି । ଏହାକୁ ନେଇ ସତର୍କ କରାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଜନସାଧାରଣ ଏହାକୁ ହାଲୁକା ନ ନେଇ ସତର୍କ ରହିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ଦେଶରେ ସଂକ୍ରମଣ ବଢିବା ଯୋଗୁଁ ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ମୁଖ୍ୟତଃ ରାଜ୍ୟର4 ରୁ 5ଟି ଜିଲ୍ଲାରେ ଅଧିକ ସଂକ୍ରମଣ ହୋଉଥିବା ଦେଖିବାକୁ ମିଳିଛି । ଏହାସହ ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ମଧ୍ୟ ରହିଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ କିଛି ବିଶେଷଜ୍ଞ କହିଛନ୍ତି ଯେ ଜାନୁଆରୀ 15 ସୁଦ୍ଧା ସଂକ୍ରମଣ ପିକ ନେବାର ସମ୍ଭାବନା ରହିଛି । ସେହି ଅନୁଯାୟୀ ରାଜ୍ୟରେ ମଧ୍ୟ ତାର 10 ରୁ 15 ଦିନ ଭିତରେ ପିକ ନେବାର ସମ୍ଭାବନା ରହିଛି।