ଭୁବନେଶ୍ବର :ମଙ୍କି ପକ୍ସ ମୁକାବିଲା ନେଇ ଆଜି ସିଡିଏମଓ ଓ ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ। ମଙ୍କି ପକ୍ସ କିଛି କିଛି ଦେଶରେ ବ୍ୟାପିଛି ଆଉ କିଛି ଦେଶକୁ ବ୍ୟାପିଲାଣି। ମଙ୍କି ପକ୍ସର ପ୍ରଭାବ ଯଦି ଦେଶରେ ବ୍ୟାପେ ।
ତେବେ ଭାରତ ସରକାରଙ୍କର 2 ପ୍ରକାରର ସର୍ଭିଲାନ୍ସ ପ୍ରୟୋଗ କରାଯିବ। ଏହାସହ ରୋଗୀଙ୍କ ଉପରେ କଡା ନଜର ରହିବ। ଗଲା ମାସ ସୁଦ୍ଧା ଦେଶରେ ମଙ୍କି ପକ୍ସର କୌଣସି କେସ ସାମ୍ନାକୁ ଆସି ନାହିଁ। ଯଦି ମଙ୍କି ପକ୍ସର ପ୍ରଭାବ ଦେଶରେ ଦେଖାଯାଏ । ତେବେ ଭାରତ ସରକାରଙ୍କର 2 ପ୍ରକାରର ସର୍ଭିଲାନ୍ସ କରାଯିବ। ଗୋଟିଏ ହେଲା କମ୍ୟୁନିଟି ସଭିଲାନ୍ସ ଓ ଅନ୍ୟଟି ହସ୍ପିଟାଲ ସର୍ଭିଲାନ୍ସ ।