ଭୁବନେଶ୍ବର:ରାଜ୍ୟରୋ କୋରୋନା ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ । ତେବେ ଜିଲ୍ଲା ସ୍ତରରେ ଅଡ଼ିଟ ରିପୋର୍ଟ ଆସିବା ପରେ କହି ପାରିବା କେଉଁ ଦିନ କେତେ ମୃତ୍ୟୁ ହେଉଛି । ଏବେ ବି 450 ରୋଗୀ ଆଇସିୟୁରେ ଅଛନ୍ତି । ଭେଣ୍ଟିଲେଟରେ ରହୁଥିବା ରୋଗୀ ମୃତ୍ୟୁ ସମ୍ଭାବନା 90 ରୁ 92 ପ୍ରତିଶତ ରହିଛି ।
ଏବେ ବି 55 ରୁ 60 ଲୋକ ଭେଣ୍ଟିଲେଟରରେ ଅଛନ୍ତି । ଏବଂ ଆଇସିୟୁରୁ 30 ପ୍ରତିଶତ ପେସେଣ୍ଟ ଭେଣ୍ଟିଲେଟରକୁ ଯାଆନ୍ତି । ଯେତେ ପର୍ଯ୍ୟନ୍ତ ଗୁରୁତର ରୋଗୀ ଅଛନ୍ତି ମୃତ୍ୟୁ ସଂଖ୍ୟା କିଛି ଏମିତି ରହିବ । ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତାହା ଆସୁ ନ ଆସୁ ମାତ୍ର ଆମେ ଆଉ ଗୋଟିଏ ଲହର ପାଇଁ ପ୍ରସ୍ତୁତ ହୋଇ ରହିବୁ । ଏହାର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ବ ଦେବାର ଆବଶ୍ୟକ ରହିଛି ।