ଭୁବନେଶ୍ବର:ରାଜ୍ୟରେ ତଳମୁହାଁ ରହିଛି ସଂକ୍ରମଣ । ବହୁ ଦିନର ବ୍ୟବଧାନ ପରେ ଏବେ ପଜିଟିଭ ମାମଲା ତିନି ଅଙ୍କକୁ ଖସିଛି । କୋରୋନା ସଂକ୍ରମଣ ସଂଖ୍ୟା ଏବଂ ହସ୍ପିଟାଲାଇଜେସନ ରେଟ୍ ଦେଖିଲେ ଓଡିଶାର ସ୍ଥିତି ଭଲ ରହିଛି । ବିପଦ ଜୋନରୁ ରାଜ୍ୟ ଖୁବଶୀଘ୍ର ବାହାରି ଯିବ । ସଂକ୍ରମଣ କମୁଥିବା ଯୋଗୁଁ ଯେଉଁମାନେ ହସ୍ପିଟାଲକୁ ଅସ୍ତ୍ରୋପଚାର ଲାଗି ଆସୁଛନ୍ତି, ସେମାନଙ୍କ ଠାରେ କୋରୋନା ଲକ୍ଷଣ ନଥିଲେ ଟେଷ୍ଟ କରିବାର ଆବଶ୍ୟକ ନାହିଁ । ରାଜ୍ୟରେ କୋରୋନା ସ୍ଥିତି ନେଇ ଏହିଭଳି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
କେନ୍ଦ୍ର ସରକାର ଯେଉଁ ଗାଇଡ଼ଲାଇନ ଜାରି କରିଛନ୍ତି, ତଦନୁଯାୟୀ ଜିଲ୍ଲାଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଗକୁ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ହ୍ରାସ ପାଇବ । ବର୍ତ୍ତମାନ ସମୟରେ ପୂର୍ବ ମୃତ୍ୟୁଗୁଡ଼ିକର ଆଡ଼ିଟ୍ କରାଯାଇ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଉଛି । ତେଣୁ ଦୈନିକ ମୃତ୍ୟୁସଂଖ୍ୟାକୁ ଦେଖି ଭୟଭୀତ ହେବାର କାରଣ ନାହିଁ । ଯେହେତୁ ରାଜ୍ୟରେ ଏବେ କିଛି ଗମ୍ଭୀର ରୋଗୀ ଅଛନ୍ତି ତେବେ ମୃତ୍ୟୁସଂଖ୍ୟା ଅଧିକ ରହୁଛି ।