ଓଡିଶା

odisha

ETV Bharat / city

Odisha Health Director Advice: ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ - କୋରୋନା ଲକ୍ଷଣ

ଲକ୍ଷଣ ବଦଳାଉଛି କରୋନା । ତେଣୁ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ଟେଷ୍ଟ କରାଇବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ(Health Director Bijaya Mohapatra)ଙ୍କ ପରାମର୍ଶ । ଅଧିକ ପଢନ୍ତୁ

Odisha Health Director: ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରାଇବାକୁ ଦେଲେ ପରାମର୍ଶ
Odisha Health Director: ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରାଇବାକୁ ଦେଲେ ପରାମର୍ଶ

By

Published : Nov 25, 2021, 1:23 PM IST

ଭୁବନେଶ୍ବର: ଲକ୍ଷଣ ବଦଳାଉଛି କୋରୋନା । ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ଵର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ( Odisha Health Director Advice To People) । ଟେଷ୍ଟ କଲେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ମଧ୍ଯ ସୁରକ୍ଷିତ ରଖିପାରିବେ ବୋଲି ସେ କହିଛନ୍ତି ।

Odisha Health Director: ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରାଇବାକୁ ଦେଲେ ପରାମର୍ଶ


ଏଥିସହ ସୁନ୍ଦରଗଡ ଓ ବୁର୍ଲା ସଂକ୍ରମଣକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର । କାରଣ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ହେଉଛି । ଭୀମସାର ଓ ସୁନ୍ଦରଗଡରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟେ ଜୋନ ଘୋଷଣା କରାଯାଇଛି । ବାହାର ପିଲାଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଭିତର ପିଲା ମଧ୍ୟ ବାହାରକୁ ଆସିପାରିବେ ନାହିଁ । ଏଥିପାଇଁ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ଥିବା ସ୍ବାସ୍ଥ୍ଯ ନିର୍ଦ୍ଦେଶକ କହିଛନ୍ତି ।

ସେହିପରି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଚିହ୍ନଟ ବ୍ୟକ୍ତିଙ୍କ ଠାରେ ଲକ୍ଷଣ କମ ରହିଛି । ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ଯେହେତୁ ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଛନ୍ତି ତେଣୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଏଥିପାଇଁ ହଷ୍ଟେଲରେ ସ୍ବତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି । 4 ରୁ 5 ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିବ ।


ବର୍ତ୍ତମାନ ଅଧିକାଂଶ ଲୋକେ କୋଭିଡ ନିୟମ ମାନୁନାହାନ୍ତି । ଯାହାକି ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିପାରେ । ତେଣୁ ସମସ୍ତ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି । ତେଣୁ ଦରକାର ନ ଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details