ଓଡିଶା

odisha

ETV Bharat / city

ଜାନୁଆରୀ ଶେଷ ସୁଦ୍ଧା ୧୫-୧୮ ବର୍ଷ ପିଲାଙ୍କ ଟୀକାକରଣ ସାରିବାକୁ ନିର୍ଦ୍ଦେଶ - ଭ୍ୟାକସିନେସନ

ଜାନୁଆରୀ ଶେଷ ସୁଦ୍ଧା ୧୫ -୧୮ ବର୍ଷ ପିଲାଙ୍କ ଟିକାକରଣ ସାରିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଅଧିକ ପଢନ୍ତୁ

ଜାନୁଆରୀ ଶେଷସୁଦ୍ଧା ୧୫ -୧୮ ବର୍ଷ ପିଲାଙ୍କ ଟୀକାକରଣ ସାରିବାକୁ ନିର୍ଦ୍ଦେଶ
ଜାନୁଆରୀ ଶେଷସୁଦ୍ଧା ୧୫ -୧୮ ବର୍ଷ ପିଲାଙ୍କ ଟୀକାକରଣ ସାରିବାକୁ ନିର୍ଦ୍ଦେଶ

By

Published : Jan 2, 2022, 5:45 PM IST

ଭୁବନେଶ୍ବର: ଜାନୁଆରୀ ଶେଷ ସୁଦ୍ଧା ୧୫ -୧୮ ବର୍ଷ ପିଲାଙ୍କ ଟିକାକରଣ ସାରିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ପିଲାଙ୍କୁ ଟିକାକରଣ ପାଇଁ ଜିଲ୍ଲାରେ କେଉଁ କେଉଁ ସ୍କୁଲରେ ଟୀକାକରଣ କେନ୍ଦ୍ର କରାଯିବ ଚିହ୍ନଟ କରିବାକୁ ଜିଲ୍ଲାପାଳ ଏବଂ CDMOଙ୍କୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ୧୫ରୁ ୧୮ ବର୍ଷର ପିଲାଙ୍କର ଏକ ତାଲିକା ଦେବାକୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି ।

ଟୀକାକରଣ କେନ୍ଦ୍ରରେ କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ କରାଯିବ। ଟୀକାକରଣ ପାଇଁ ଯୋଗ୍ୟ ପିଲାମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା । ଏନେଇ CDMOଙ୍କ ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ସମନ୍ୱୟ ରକ୍ଷା କରି ସମସ୍ତ 15-18 ବର୍ଷ ବୟସର ପିଲାମାନଙ୍କୁ ଟିକାକରଣ ପାଇଁ କୁହାଯାଇଛି । ସିଡିଏମଓ ସହମତ ହୋଇଥିବା ତାରିଖ ଦିନ ବିଦ୍ୟାଳୟରେ ଟୀକାକରଣ ପାଇଁ ବ୍ୟବସ୍ଥା କରାଯିବ। କେବଳ କୋଭାକ୍ସିନ୍ 15-18 ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ।

ଏଥିପାଇଁ ୧୫ ରୁ ୧୮ ବର୍ଷ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ୯୩୯ଟି କେନ୍ଦ୍ର ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହାବାଦ ଅନ୍ୟ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ଏ ବର୍ଗର ପିଲାଙ୍କୁ ଟିକା ଦିଆଯିବ । ଯେଉଁମାନେ ଅନଲାଇନ ଜରିଆର ପଞ୍ଜିକୃତ କରିଥିବେ ସେମାନେ ଟିକା ନେଇ ପାରିବେ । ଯେଉଁମାନେ ଅନଲାଇନରେ ପଞ୍ଜିକୃତ କରିନାହାଁନ୍ତି । ଟୀକାକରଣ କେନ୍ଦ୍ରରେ ପହଞ୍ଚି ସେଠାରେ ଯାଇ ପଞ୍ଜିକରଣ କରି ଟିକା ନେଇପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ ,ଇଟିଭି ଭାରତ

ABOUT THE AUTHOR

...view details