ଭୁବନେଶ୍ବର:ରାଜ୍ୟରେ୨୬ ଜଣ HMFD ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ଏହାଟମାଟୋ ଫ୍ଲୁ କୁହାଯିବ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ । ୨୬ ଜଣଙ୍କ ନମୂନା ଜେନୋମ ସକ୍ବେସିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ହିଁ ଏହା ଟୋମାଟୋ ଫ୍ଲୁ୍ କି ନୁହେଁ ତାହା ସ୍ପଷ୍ଟ ହେବ । ଏହାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ରାଜ୍ୟରେ 26 ଜଣ HFMD ପଜିଟିଭ ଚିହ୍ନଟ, ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ୩୬ ଜଣ HFMD ସନ୍ଦିଗ୍ଧ ମାମଲାର ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣଙ୍କ ନମୁନା ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ସଂକ୍ରମିତଙ୍କ ବୟସ ୯ ବର୍ଷରୁ କମ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ତା ସ୍ଥିର ରହିଛି । ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ୍ ନଜର ରଖିଛନ୍ତି ।
ପଜିଟିଭ ନମୁନା ଗୁଡିକୁ ଜିନମ ସିକ୍ୱେନ୍ସିଂ ପାଇଁ NIV ପୁନେକୁ ପଠାଯାଇଛି । କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜ୍ୱର ହେବା, ଭୋକ ନଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ଜଟିଳତା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି ।
ଏହି ରୋଗ ପୂର୍ବରୁ ଥିଲା । ଏଭଳି ରୋଗୀଙ୍କୁ ଆଇସୋଲେସନରେ ରଖିଲେ ଜଣଙ୍କ ମଧ୍ୟରେ ସୀମିତ ରହିବ । ୩ରୁ ୭ ଦିନ ମଧ୍ୟରେ ଭଲ ହୋଇପାରୁଛି ଏହି ରୋଗ । ତେଣୁ ଏହାକୁ ନେଇ ନଡରିବାରୁ ପରାମର୍ଶ ଦିଆଯାଇଛି । ତେବେ ଏହି ରୋଗ ପାଇଁ କୌଣସି ଚିକିତ୍ସା ବା କୌଣସି ସ୍ୱତନ୍ତ୍ର ଔଷଧ ଓ ଟିକା ନାହିଁ । ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ । ରାଜ୍ୟରେ ଏଭଳି ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ