ଓଡିଶା

odisha

By

Published : Feb 18, 2022, 3:41 PM IST

ETV Bharat / city

ରାଜ୍ୟରେ ୬ କୋଟି ଟପିଲା ଟୀକାକରଣ, ଧନ୍ୟବାଦ ଦେଲା ସ୍ବାସ୍ଥ୍ୟ ବିଭାଗ

ଟୀକାକରଣରେ ୬ କୋଟିର ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା । ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

୬ କୋଟି ଡୋଜ୍ ଟିକା ନେଲେଣି ରାଜ୍ୟବାସୀ, ଧନ୍ୟବାଦ ଦେଲା ସ୍ବାସ୍ଥ୍ୟ ବିଭାଗ
୬ କୋଟି ଡୋଜ୍ ଟିକା ନେଲେଣି ରାଜ୍ୟବାସୀ, ଧନ୍ୟବାଦ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଟୀକାକରଣରେ ୬ କୋଟିର ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା । COVID-19 ଭ୍ୟାକ୍ସିନେସନ ଡ୍ରାଇଭ (Vaccination Drive) କୁ ଓଡ଼ିଶାବାସୀ ସଫଳ କରିଥିବାରୁ ଧନ୍ୟବାଦ ଦେଲା ସ୍ବାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ଓଡିଶାବାସୀଙ୍କୁ ୬ କୋଟି କୋଭିଡ ଡୋଜ୍ ଦିଆସରିଥିବା ସ୍ପଷ୍ଟ ହୋଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 6 କୋଟି 28 ହଜାର 63 ଡୋଜ୍ ଟିକା ନେଇଛନ୍ତି । ଏଥିରୁ ପ୍ରଥମ ଡୋଜ 3 କୋଟି 26 ଲକ୍ଷ 146 ଟି ଦିଆ ସରିଥିବାବେଳେ ଉଭୟ ଡୋଜ ନେଇଛନ୍ତି 2 କୋଟି 66 ଲକ୍ଷ 66 ହଜାର 279 ଜଣ । ସେହିପରି ପ୍ରିକସନ ଡୋଜ ନେଲେଣି 7 ଲକ୍ଷ 61 ହଜାର 638 ଜଣ ।

ଏହା ମଧ୍ୟ ପଢନ୍ତୁ:- ରାଜ୍ୟରେ 6 କୋଟି ଡୋଜ ପହଞ୍ଚିବ ଟୀକାକରଣ

ସେପଟେ ଆଜି(ଶୁକ୍ରବାର) ରାଜ୍ୟରେ 2,078 ଟି କେନ୍ଦ୍ରରେ ଟୀକାକାରଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍‌ଡ 5 କୋଟି 6 ଲକ୍ଷ 20ହଜାର 565 ଓ କଭାକ୍ସିନ 94 ଲକ୍ଷ 1 ହଜାର 544 ଡୋଜ ଦିଆସରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details