ଭୁବନେଶ୍ବର: ଡେଲ୍ଟା ହେଉ କି ଓମିକ୍ରନ ସବୁପାଇଁ ଟୀକାକରଣ ଓ ସତର୍କତା ହିଁ ବ୍ରହ୍ମାସ୍ତ୍ର । ବ୍ୟସ୍ତ ହେବାର କୌଣସି କାରଣ ନାହିଁ, ସ୍ବାସ୍ଥ୍ୟ ବିଭାଗ ତୀକ୍ଷ୍ଣ ନଜର ରଖିଛି । ଯେତେବେଳେ ଯାହା ଦରକାର ପଦକ୍ଷେପ ନିଆଯାଇଛି । COVID-19ର ନୂଆ ଭାରିଏଣ୍ଟ ଓମିକ୍ରନରେ ଭୟ କିଛି ନାହିଁ । ଯେଉଁ ଭାରିଏଣ୍ଟ ଆସୁଛି ବିଭାଗ ସବୁବେଳେ ସଜାଗ ହୋଇ ରହିଥିବା କହିଛନ୍ତି DMET ରମାରମଣ ମହାନ୍ତି ।
କେନ୍ଦ୍ରର ଯେଉଁ ଗାଇଡ୍ଲାଇନ୍ ଦେଇଛି ସେହି ଅନୁସାରେ କାର୍ଯ୍ୟ କରିବୁ । ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ବିଭାଗ ତୀକ୍ଷ୍ଣ ନଜର ରଖିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଅନ୍ୟପଟେ ଓମିକ୍ରନ ନେଇ DMET କହିଛନ୍ତି ଯେ ବିଦେଶରେ ଏହା ବହୁ ଜୋର୍ରେ ବ୍ୟାପିଲାଣି । ନଭେମ୍ବରରେ କିଛି ଦେଶ ମଧ୍ୟରେ ସୀମିତ ଥିବାବେଳେ ଏବେ ଶହେ ପାଖାପାଖି ଛୁଇଁଲାଣି । ଓମିକ୍ରନ କ୍ଷୀପ୍ର ବେଗରେ ବଢିଚାଲିଛି ତାକୁ ନଜରରେ ରଖି ଆମକୁ ସଜାଗ ହେବାକୁ ପଡ଼ିବ । ଭ୍ୟାକ୍ସିନ ନେବା, କୋଭିଡ ନିୟମ ମାନିବା, ଅଯଥା ଭିଡ଼କୁ ଯିବାନାହି ଏତିକି କଲେ କେଶ୍ ଲୋଡ କମ ରହିବ ଓ ନିରାପଦ ରହିବା ।