ଓଡିଶା

odisha

ETV Bharat / city

‘ICU ରୁ ରୋଗୀ ନ କମିବା ଯାଏଁ କମିବନି ମୃତ୍ୟୁ ସଂଖ୍ୟା’ - ଭୁବନେଶ୍ବର

କୋରୋନା ମୃତ୍ୟୁ ସଂଖ୍ୟା ବଢିବା ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା । ଆମର ଯେ ପର୍ଯ୍ୟନ୍ତ ଆଇସିୟୁ ଓ ଭେଣ୍ଟିଲେଟରରେ ରୋଗୀଙ୍କ ସଂଖ୍ୟା କମିନି ସେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ଏମିତି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ...

ICU ରୁ ରୋଗୀ ନ କମିବା ଯାଏଁ କମିବନି ମୃତ୍ୟୁ ସଂଖ୍ୟା
ICU ରୁ ରୋଗୀ ନ କମିବା ଯାଏଁ କମିବନି ମୃତ୍ୟୁ ସଂଖ୍ୟା

By

Published : May 24, 2021, 1:03 PM IST

ଭୁବନେଶ୍ବର: କୋରୋନା ମୃତ୍ୟୁ ସଂଖ୍ୟା ବଢିବା ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା । ଆମର ଯେ ପର୍ଯ୍ୟନ୍ତ ଆଇସିୟୁ ଓ ଭେଣ୍ଟିଲେଟରରେ ରୋଗୀଙ୍କ ସଂଖ୍ୟା କମିନି ସେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ଏମିତି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ରାଜ୍ୟରେ ଇକୋମୋ ପାଇଁ ପ୍ରୋସେସ ଚାଲିଛି ବୋଲି ବିଭାଗ କହିଛି ।

ICU ରୁ ରୋଗୀ ନ କମିବା ଯାଏଁ କମିବନି ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗଛି। ରାଜ୍ୟରେ ସଂକ୍ରମଣ ମଧ୍ୟ ବଢୁଛି। ଅଧିକାଂଶ ଆକ୍ରାନ୍ତ ରୋଗୀ ଆଇସିୟୁ ଓ ଭେଣ୍ଟିଲେଟରରେ ରହୁଛନ୍ତି ଫଳରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗୁଛି। ରାଜ୍ୟରେ ଆଜି ସର୍ବାଧିକ 32 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ଆଗକୁ ଆହୁରି ବଢିବା ନେଇ ଆକଳନ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଅନ୍ୟପଟେ ରାଜ୍ୟରେ ଇକୋମୋ ଅଭାବ ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିଛି। ରାଜ୍ୟର ଇକୋମୋ ପାଇଁ ଆମର ପ୍ରୋସେସ୍ ଚାଲିଛି। ଇକୋମୋ ଲାଷ୍ଟ ଷ୍ଟେଜରେ ଦିଆଯାଏ। ଏହା ପାଇଁ ବି କୁଶଳୀ ଲୋକଙ୍କର ଆବଶ୍ୟକତା ରହିଛି। ଅନେକ ଉନ୍ନତମାନର ମେସିନ ଚଳାଇବା ସମ୍ଭବ ନୁହେଁ କାରଣ ଆମକୁ କୁଶଳୀ ଲୋକ ମିଳିପାରୁନାଁହାନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details