ଓଡିଶା

odisha

ETV Bharat / city

'ଡେଥ ଅଡିଟ ପାଖାପାଖି ସରିଛି, ଯାହା ଆସୁଛି ସେହି ତଥ୍ୟ ଦିଆଯାଉଛି' - ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଥିଲାଗି ଡେଥ ଅଡ଼ିଟ ପାଖାପାଖି ସରିଛି । ଯାହା ଆସୁଛି ସେହି ତଥ୍ୟ ଦିଆଯାଉଛି ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

'ଡେଥ ଅଡିଟ ପାଖାପାଖି ସରିଛି, ଯାହା ଆସୁଛି ସେହି ତଥ୍ୟ ଦିଆଯାଉଛି'
'ଡେଥ ଅଡିଟ ପାଖାପାଖି ସରିଛି, ଯାହା ଆସୁଛି ସେହି ତଥ୍ୟ ଦିଆଯାଉଛି'

By

Published : Sep 3, 2021, 4:13 PM IST

ଭୁବନେଶ୍ବର:ରାଜ୍ୟରେ ବର୍ତ୍ତମାନ ମୃତ୍ୟୁସଂଖ୍ୟା ବଢ଼ିବା ନଜରକୁ ଆସିଛି । ତେବେ ଏବେ ସଂକ୍ରମଣ କମିଥିବା ବେଳେ ମୃତ୍ୟୁର ଅଡିଟ ପାଖାପାଖି ଶେଷ ହୋଇଛି । ଯେତେବେଳେ ସଂକ୍ରମଣ ପିକରେ ଥିଲା ଅଡ଼ିଟ ହୋଇପାରିନଥିଲା । ଏବେ ଯାହା ଆସୁଛି ଦିଆ ହେଉଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

'ଡେଥ ଅଡିଟ ପାଖାପାଖି ସରିଛି, ଯାହା ଆସୁଛି ସେହି ତଥ୍ୟ ଦିଆଯାଉଛି'

ରାଜ୍ୟରେ କେତେ ଟିକା ଦିଆଯାଇଛି ଏସବୁ ଦେଖି ସରକାର ନିର୍ଦ୍ଦେଶନାମା ଦେବେ। ଯେତେବେଳେ ମହାମାରୀ ପିକରେ ଥିଲା ଅଡିଟ୍ ହୋଇ ପାରିନଥିଲା । ଏବେ ଯାହା ତଥ୍ୟ ଆସୁଛି ଦିଆଯାଉଛି । ଆମେ ମହାମାରୀ ମଧ୍ୟରେ ଥିବାରୁ ବର୍ତ୍ତମାନ ମୃତ୍ୟୁହାରକୁ ବିଶ୍ଳେଷଣ କରିବା କଥା ନୁହେଁ । ମହାମାରୀ ସରିଲେ ମୃତ୍ୟୁହାରକୁ ବିଶ୍ଳେଷଣ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟରେ ଟୀକାକରଣ ସହ ସେରୋ ସର୍ଭେ ଚାଲିଛି ତେଣୁ ଅପେକ୍ଷା କରିବା ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ଡବଲ ଡୋଜ୍ ନେଇଥିବା ବ୍ୟକ୍ତି ହିଁ ମେଳାକୁ ଯାଇପାରିବେ ନେଇ କେନ୍ଦ୍ରର ନିର୍ଦ୍ଦେଶନାମା ସୁରକ୍ଷା ଦୃଷ୍ଟିରୁ ବିଧେୟ । ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନେ ବି ସୁରକ୍ଷିତ ରହିବେ। ଡେଥ ଅଡିଟ୍ ଆମେ ପାଖାପାଖି ସାରି ଦେଇଛୁ । ଯାହା ଆସୁଛି ଆମେ ଜଣେଇବୁ। ଏବେ ଶିଶୁମାନେ ଅଧିକା ସଂକ୍ରମିତ ହେବେ । କାହିଁକି ନା ପ୍ରାୟ ସମସ୍ତ 18ରୁ ଊର୍ଦ୍ଧ୍ବ ବ୍ୟକ୍ତି ଟୀକାକରଣ ହେଉଛି ଏବଂ ସଂକ୍ରମିତ ବି ହେଉଛନ୍ତି । ତେଣୁ ଆନୁପାତିକ ଭାବେ ଶିଶୁ ମାନେ ଅଧିକା ହେବେ। ତୃତୀୟ ଲହର ଏବେ ବି ଆକଳନସ୍ତରରେ ଅଛି । କିନ୍ତୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details