ଭୁବନେଶ୍ବର:ରାଜ୍ୟରେ ସାମ୍ଭାବ୍ୟ ମହାମାରୀର ତୃତୀୟ ଲହରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଦେଶର ସମସ୍ତ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସ୍ବାସ୍ଥ୍ୟ ବିଶେଷଜ୍ଞ ହୋଇଥିଲେ ସାମିଲ ।
ବୈଠକ ପରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ତୃତୀୟ ଲହର ପାଇଁ ସତର୍କ ଓ ସଜାଗ ରହିବା ଜରୁରୀ । ତୃତୀୟ ଲହର ପାଇଁ ଚିକିତ୍ସା, ଭିତ୍ତିଭୂମି ଓ ତାଲିମକୁ ଏବେ ଗୁରୁତ୍ବ ଦିଆଯାଉଛି । ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ସମୀକ୍ଷା ବୈଠକ ହୋଇଥିଲା । ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ସତର୍କ ରହିବାକୁ ପଡିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।