ଭୁବନେଶ୍ବର: ମାଡି ଆସୁଛି କୋରୋନା ଭାଇରସ । 75ରୁ ଅଧିକ ରାଷ୍ଟ୍ରରେ କାୟା ବିସ୍ତାର କରି ସାରିଲାଣି । ଭାରତରେ 11 ଜଣଙ୍କ ପଜିଟିଭ ଆସିଛି । ଓଡ଼ିଶାରେ ବି ଏଭଳି ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଟୀକା ବା ଔଷଧ ପ୍ରସ୍ତୁତ ହୋଇପାରି ନାହିଁ । ତେଣୁ ସତର୍କତା ମୂଳକ ପଦକ୍ଷେପ ହିଁ ଏକମାତ୍ର ଉପାୟ । ଏଭଳି ସମୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ ଆଡ଼ଭାଇଜରି ଜାରି କରିଛି ।
1) ଏହା ନିଶ୍ଚିତ କରନ୍ତୁ କି ଆପଣଙ୍କ କାର୍ମକ୍ଷେତ୍ର ସଫା ଓ ସ୍ବାସ୍ଥ୍ୟ ପ୍ରଦ ରହିଛି । ଅଫିସରେ ବ୍ୟବହୃତ ଡେସ୍କ ଓ ଟେବୁଲ ଟେଲିଫୋନ, କି ବୋର୍ଡ ନିୟମିତ ସଫା କରନ୍ତୁ । ସଂକ୍ରମଣ ଏହାଦ୍ବାରା ହିଁ ବ୍ୟାପିଥାଏ ।
2) ସମସ୍ତ କର୍ମଚାରୀ ଯେପରି ନିୟମିତ ଭାବରେ ହାତ ଧୋଇବେ ତାହା ସୁନିଶ୍ଚିତ କରନ୍ତୁ । ଅଫିସରେ ପର୍ଯ୍ୟାପ୍ତ ସାବୁନ, ସାନିଟାଇଜର ରଖନ୍ତୁ । ନିୟମିତ ହାତ ଧୋଇବା ଦ୍ବାରା ଭାଇରସ ବ୍ୟାପୀ ନଥାଏ । ଏହାର ପ୍ରଚାର ପ୍ରସାର କରିବା ଉପରେ ଜୋର ଦେବାକୁ କୁହାଯାଇଛି।
3) ଶୁଦ୍ଧ ନିଶ୍ବାସ ପ୍ରଶ୍ବାସ ନେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଦରକାର । ଯଦି କୌଣସି ବ୍ୟକ୍ତି କାଶୁଥାନ୍ତି ତେବେ ସେମାନେ ଟିସ୍ୟୁ ପେପର, ମାସକ ବ୍ୟବହାର କରିବେ।4) କଫ, ଜ୍ବର ଯଦି କୌଣସି କର୍ମଚାରୀଙ୍କଠାରେ ଦେଖାଯାଏ ତେବେ ସେମାନେ ଆଇସୋଲେସନ କରିବା ନେଇ ବ୍ୟବସ୍ଥା ହେବ ।