ଓଡିଶା

odisha

ETV Bharat / city

ବିଦେଶ ଯାତ୍ରା ପାଇଁ ଦ୍ୱିତୀୟ ଡୋଜ୍‌, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ନୂଆ ଗାଇଡଲାଇନ - corona vaccine

ବିଦେଶ ଯାତ୍ରା ପାଇଁ ୪୮ ଦିନ ପୂର୍ବରୁ ମିଳିବ ୨ୟ ଡୋଜ ଟିକା । ଏନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ବିଦେଶ ଯାତ୍ରା ପାଇଁ ଦ୍ୱିତୀୟ ଡୋଜ୍‌, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ନୂଆ ଗାଇଡଲାଇନ
ବିଦେଶ ଯାତ୍ରା ପାଇଁ ଦ୍ୱିତୀୟ ଡୋଜ୍‌, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ନୂଆ ଗାଇଡଲାଇନ

By

Published : Jun 17, 2021, 6:23 AM IST

ଭୁବନେଶ୍ବର: ବିଦେଶ ଯାତ୍ରା ପାଇଁ ୨ୟ ଡୋଜ କୋଭିସିଲ୍ଡ ଟୀକାକରଣ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠ ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର ।

ବିଦେଶ ଯାତ୍ରା ପାଇଁ ଦ୍ୱିତୀୟ ଡୋଜ୍‌, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ନୂଆ ଗାଇଡଲାଇନ

ବିଦେଶ ଯାତ୍ରା ପାଇଁ ୪୮ ଦିନ ପୂର୍ବରୁ ମିଳିବ ୨ୟ ଡୋଜ ଟିକା । କେବଳ ସରକାରୀ ଟୀକାକେନ୍ଦ୍ରରେ ହିଁ ହେବ ଏହି ଟୀକାକରଣ । ଯାତ୍ରା ସମ୍ପର୍କରେ ସତ୍ୟାସତ୍ୟ ଅନୁଧ୍ୟାନ କରିବେ ଜିଲ୍ଲା ପ୍ରଶାସନ । ତଥ୍ୟ କୋଓ୍ୱିନ ପୋର୍ଟାଲରେ ଅପଲୋଡ କରାଯିବା ବାଧ୍ୟତାମୂଳକ କରାଯାଇଛି । ଟିକା ପ୍ରମାଣପତ୍ରରେ ରହିବ ପାସପୋର୍ଟ କିମ୍ବା ଫଟୋ ଆଇ-କାର୍ଡର ବିବରଣୀ । ଏହି ନୂଆ ଗାଇଡଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ ।



ଟୀକାକରଣ ପାଇଁ ରାସନ କାର୍ଡ ଅନ୍ୟତମ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ । କୋଓ୍ୱିନର ନୂଆ ଗାଇଡଲାଇନ ଆଧାରରେ ଏହାକୁ ସାମିଲ କରାଯାଇଛି । ଏହାଦ୍ୱାରା ବିପିଏଲ ଓ ଅନ୍ତଦ୍ୱୟ ହିତାଧିକାରୀ ଉପକୃତ ହୋଇପାରିବେ । ଏନେଇ ସବୁଜିଲ୍ଲାପାଳ ଓ ପୌର ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛି । ପୂର୍ବରୁ ୭ଟି ଫଟୋ ଆଇ-କାର୍ଡକୁ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଉଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details