ଓଡିଶା

odisha

ETV Bharat / city

'ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର' - ଡିଏମଇଟି

ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ନଜର ରଖିଛି । ଏହା ସହିତ ଟେଷ୍ଟିଂ ଟ୍ରେସିଂକୁ ଅଧିକ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି DMET ସିବିକେ ମହାନ୍ତି । ଅଧିକ ପଢନ୍ତୁ...

ଡିଏମଇଟି ସିବିକେ ମହାନ୍ତି
ଡିଏମଇଟି ସିବିକେ ମହାନ୍ତି

By

Published : Aug 4, 2021, 2:29 PM IST

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସରେ ଘଟିଛି । ହେଲେ ଏବେ ବି ଏନେକ ରାଜ୍ୟରେ ସଂକ୍ରମଣ କମିନାହିଁ । ତେଣୁ ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ନଜର ରଖିଛି । ଏହା ସହିତ ଟେଷ୍ଟିଂ ଟ୍ରେସିଙ୍ଗକୁ ଅଧିକ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି DMET ସିବିକେ ମହାନ୍ତି ।

ଡିଏମଇଟି ସିବିକେ ମହାନ୍ତି

ରାଜ୍ୟରେ ପ୍ରତି ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ବଢାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ ମୂଳପୋଛ ନ ହେବା ପର୍ଯ୍ୟନ୍ତ ଟେଷ୍ଟିଙ୍କୁ ଗୁରୁତ୍ବ ଦିଆଯିବ । କଟକ ଓ ଭୁବନେଶ୍ବରରେ ସଂକ୍ରମଣ ମାମଲା ଅଧିକ ଥିବାରୁ ସହରକୁ ଅଧିକ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି DMET ସିବିକେ ମହାନ୍ତି ।

ସଂକ୍ରମଣ ଅଧିକ ଥିବା ରାଜ୍ୟରୁ ଯଦି କୌଣସି ଲୋକ ଗଳି ପଶି ଆସୁଛନ୍ତି ସେମାନଙ୍କୁ ଆମେ ଡ଼ିଟେକ୍ଟ କରୁଛୁ । ଆମର ପ୍ରତି ସପ୍ତାହରେ ଏସିଏସଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଟେଷ୍ଟିଂକୁ ନେଇ ରିଭ୍ୟୁ କରାଯାଉଛି ବୋଲି କହିଛନ୍ତି ସିବିକେ ମହାନ୍ତି । ସଂକ୍ରମଣରେ ବ୍ରେକ ଲଗାଇବାକୁ ହେଲେ ଆମକୁ ସତର୍କ ରହିବାକୁ ପଡିବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

...view details