ଓଡିଶା

odisha

ପୋଷଣ ମାସରେ ଲୋକଙ୍କୁ ସଚେତନ, ଫୋକସରେ ଆଦିବାସୀ ଅଞ୍ଚଳ

By

Published : Sep 23, 2022, 5:46 PM IST

ଦେଶରେ ସେପ୍ଟେମ୍ବରକୁ ପୋଷଣ ମାସ ଭାବରେ ପାଳନ କରାଯାଉଛି । ଜାତୀୟ ପୋଷଣ ମାସ ପାଳନ ଅବସରରେ ରାଜ୍ୟ ସରକାର ମାଆ ଏବଂ ଶିଶୁର ବିକାଶ ନେଇ ପ୍ରସ୍ତୁତ ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଅଧିକ ପଢ଼ନ୍ତୁ

health department aware to people for nutrition says family welfare director
ପୋଷଣ ମାସରେ ଲୋକଙ୍କୁ ସଚେତନ, ଫୋକସରେ ଅଦିବାସୀ ଅଞ୍ଚଳ

ଭୁବନେଶ୍ବର:ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ନେଇ ରହିଥିବା ପାରମ୍ପରିକ ଆଚରଣକୁ ବଦଳାଇବା ସହ ଦକ୍ଷତା ବୃଦ୍ଧି ଏବଂ ସଚେତନତା ସୃଷ୍ଟି କରିବା ଏକ ସୁସ୍ଥ ସମାଜ ଗଠନ ଦିଗରେ ବଡ଼ ଆହ୍ବାନ । ପୁଷ୍ଟିକର ଖାଦ୍ୟ ଗ୍ରହଣ ସମ୍ବନ୍ଧୀୟ ଜ୍ଞାନ ଓ ସୂଚନା ଅଭାବରୁ ସମାଜରେ ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି । ସେପ୍ଟେମ୍ବର ମାସ ପୋଷଣ ମାସ (Nutrition Month) ଭାବରେ ପାଳନ କରାଯାଉଛି । ଜାତୀୟ ପୋଷଣ ମାସ ପାଳନ ଅବସରରେ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ( Director of Family Welfare Bijay Panigrahi) କହିଛନ୍ତି ।

ପୋଷଣ ମାସରେ ଲୋକଙ୍କୁ ସଚେତନ

ପ୍ରତି ବର୍ଷ ସେପ୍ଟେମ୍ବର ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ଭାବରେ ପାଳନ କରାଯାଉଛି । ଏନେଇ ବିଜୟ ପାଣିଗ୍ରାହୀ କହିଛନ୍ତି, "ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମସ୍ତେ ଯେଭଳି ପୋଷଣ ଉପରେ ସଚେତନ ହୁଅନ୍ତୁ । ଦେଖିବାକୁ ଗଲେ ଶିଶୁ ଓ ମାଆ ମାନେ କୁପୋଷଣରେ ଅଧିକ ଶିକାର ହୋଇଥାନ୍ତି । ଉପଯୁକ୍ତ ଖାଦ୍ୟ ନ ଖାଇବାରୁ ଏଭଳି ଅସୁବିଧା ଦେଖାଯାଏ । ତେଣୁ ସମସ୍ତ ଅଞ୍ଚଳରେ ଯେଭଳି ପୁଷ୍ଟିକର ଖାଦ୍ୟ ଦିଆଯିବ ଏବଂ ସେମାନେ ତାହା ଖାଇବେ ସେଥିପାଇଁ ସଚେତନ କରାଯାଉଛି ।

ଗର୍ଭାବସ୍ଥାରେ କେଉଁ ଖାଦ୍ୟ ଆବଶ୍ୟକ, ଶିଶୁ ଜନ୍ମ ହେଲା ପରେ ଆବଶ୍ୟକୀୟ ଖାଦ୍ୟ, ଶିଶୁଙ୍କର ଶରୀରରେ ବୃଦ୍ଧି ସମୟରେ କେଉଁ ଖାଦ୍ୟ ଦରକାର, ଏହାକୁ ନେଇ ସଚେତନ କରାଯାଉଛି ।" ସେ ଆହୁରି ମଧ୍ୟ କହିଛନ୍ତି, "ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ମାଆ ଏବଂ ଶିଶୁକୁ ଆବଶ୍ୟକ ସୁଷମ ଖାଦ୍ୟ ନେଇ ସୂଚନା ଦିଆଯାଉଛି । ଶିଶୁ ଓ ମହିଳା ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି । ଏପରିକି ସୁସ୍ଥ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ:ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ବ

ଦେଶର ଅନେକ ରାଜ୍ୟରେ ପୁଷ୍ଟିସାର ଅଭାବ ଜନିତ ରୋଗ ଦେଖାଦେଉଛି । ବିଶେଷ ଭାବରେ ରାଜ୍ୟର ଆଦିବାସୀ ଜିଲ୍ଲା ଗୁଡ଼ିକରେ ଅଧିକାଂଶ କୁପୋଷଣର ଶିକାର ହେଉଥିବା ଦେଖାଯାଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details