ଭୁବନେଶ୍ବର:କୋରୋନାର ଚତୁର୍ଥ ଲହର ନେଇ ସଜାଗ ସ୍ବାସ୍ଥ୍ୟ ବିଭାଗ । ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ଯଦି ପିଲାଙ୍କୁ ଥଣ୍ଡା ଜ୍ଵରର ଲକ୍ଷଣ ରହୁଛି, ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନରେ ରଖନ୍ତୁ । ଯଦି ଆମେ ଜାଣି ଜାଣି ଟେଷ୍ଟ ନ କରିବା, ତାହାଲେ ବିପଦକୁ ଡାକିବା ସହ ସମାନ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଥଣ୍ଡା ଜ୍ୱର ଅର୍ଥ କେବଳ କୋରୋନା ନୁହେଁ । ଅନ୍ୟ ଭାଇରାଲ ଇମ୍ଫେକ୍ସନ ବି ଥଣ୍ଡା ଜ୍ୱର କରାଇଥାଏ ।
ରାଜ୍ୟର କୋଭିଡ ସ୍ଥିତି ପ୍ରସଙ୍ଗକୁ ନେଇ କହିଛନ୍ତି ଯେ ଦେଶରେ ସଂକ୍ରମଣ ବଢ଼ୁଛି, ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହିହେବନି । ତେଣୁ ସତର୍କ ରହିବାକୁ ହେବ । ଆମ ରାଜ୍ୟରେ ସଂକ୍ରମଣ କିଭଳି ନବଢିବ, ଯଦି ବଢ଼ିବ କିଭଳି ଆୟତ୍ତ କରାଯିବ, ତାକୁ ଗୁରୁତ୍ୱ ଦିଆଯାଉଛି । ଆଜି ରାଜ୍ୟରେ ମାତ୍ର 11 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ସ୍ଥିତି ଭଲ ଅଛି । ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି । ଯଦି ଆବଶ୍ୟକ ପଡ଼ିବ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଯିବ । ଔଷଧ, ଅକ୍ସିଜେନ ରାଜ୍ୟରେ ବ୍ୟାପକ ମହଜୁଦ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।