ଭୁବନେଶ୍ବର: କୋରୋନା ଭାଇରସ ଚୀନରେ ଆତଙ୍କ ସୃଷ୍ଟି କରିଛି । ଏପଟେ ସେଥିପାଇଁ ବିଦେଶରୁ ଓଡିଶା ଫେରୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସପ୍ତାହକରେ ୪ ଦିନ ବିଦେଶକୁ ବିମାନ ଚଳାଚଳ କରୁଛି । ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର। ଯେଉଁଥିରେ କି ଚାଇନା, ମାଲେସିଆ, ବ୍ୟାଙ୍କକରୁ ଯାତ୍ରୀ ଯିବା ଆସିବା କରିଥାନ୍ତି। ସୁରକ୍ଷା ଦୃଷ୍ଟିରୁ ଏହି ୪ ଦିନ ସମୟରେ କ୍ୟାପିଟାଲ ହସ୍ପିଟାଲର ଏକ ୫ ଜଣିଆ ଡାକ୍ତରୀ ଟିମ୍ ବିମାନବନ୍ଦରରେ ଯାତ୍ରୀଙ୍କୁ ଲେଜର ଲାଇଟ୍ ଗନ୍ ମାଧ୍ୟମରେ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।
କୋରୋନା ଭୟ: ବିମାନବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ - ବିମାନବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ
କୋରୋନା ଭାଇରସ ଚୀନରେ ଆତଙ୍କ ସୃଷ୍ଟି କରିଛି । ସେଥିପାଇଁ ବିଦେଶରୁ ଓଡିଶା ଫେରୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଅଧିକ ଖବର ପଢନ୍ତୁ...
କୋରୋନା ଭୟ, ବିମାନବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ
ଯାହା ପ୍ରତ୍ୟେକ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବା ସହ କେଉଁ ସମୟରେ ଚାଇନା ଯାଇଥିଲେ, କାହା ସହ ମିଶିଥିଲେ ଏପରିକି ଚାଇନାର କାହାସହ ସଂସ୍ପର୍ଶରେ ଆସିଥିବା ସମସ୍ତ ତଥ୍ୟ ଯାତ୍ରୀମାନଙ୍କ ଠାରୁ ରଖାଯାଉଛି । ସୋମବାର ବିମାନ ଯୋଗେ ଆସିଥିବା ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଇଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ
Last Updated : Feb 6, 2020, 6:01 PM IST
TAGGED:
କୋରୋନା ଭୟ