ଭୁବନେଶ୍ବର: ରାଜ୍ୟରେ କୋରୋନା ଭାଇରସ ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲା ଆମେରିକାରେ ଥିବା ଓଡିଶା ସୋସାଇଟି ହେଲଥ୍ ଆଣ୍ଡ ୱେଲନେସ୍ ଗ୍ରୁପ। ଆମେରିକାସ୍ଥିତ ଏହି ଓଡ଼ିଆ ସଂସ୍ଥା ପକ୍ଷରୁ ଓଡ଼ିଶାରେ କୋଭିଡ ଯୁଦ୍ଧରେ ସହଯୋଗ କରିବା ପାଇଁ ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡକୁ 8 ଲକ୍ଷ ଟଙ୍କା ମୂଲ୍ୟର 550 ହାଇ ଏଣ୍ଡ ଫ୍ଲାଗସିପ୍ ପଲ୍ସ ଅକ୍ସିମିଟର ଦାନ କରାଯାଇଛି। ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ସବ୍ୟସାଚୀ ମିଶ୍ର ଏହି ସଂସ୍ଥାର ଗୁଡୱିଲ ଆମ୍ବାସାଡର ଭାବରେ ରାଜ୍ୟ ମେଡିକାଲ୍ କର୍ପୋରେସନକୁ ଅକ୍ସିମିଟର ପ୍ରଦାନ କରିଛନ୍ତି।
ଓଡିଶା ପାଇଁ ଆମେରିକାରୁ 8 ଲକ୍ଷ ମୂଲ୍ୟର ଅକ୍ସିମିଟର ପଠାଇଲେ ଓଡିଆ ରାଜ୍ୟ ମେଡିକାଲ୍ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଏହି ଅକ୍ସିମିଟର ଅଭିନେତା ସବ୍ୟସାଚୀ ମିଶ୍ରଙ୍କଠା -ରୁ ଗ୍ରହଣ କରିଛନ୍ତି। ଏହି ବ୍ରାଣ୍ଡେଡ୍ ପଲ୍ସ ଅକ୍ସିମିଟର ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ଯୋଗାଇ ଦିଆଯିବ। ବିଶେଷ କରି ରାଜ୍ୟର ଗ୍ରାମାଞ୍ଚଳରେ କୋରୋନା ଯାଞ୍ଚ ପାଇଁ ନିୟୋଜିତ ଥିବା କର୍ମଚାରୀ ଏହାଦ୍ବାରା ଲୋକଙ୍କ କୋରୋନା ଯାଞ୍ଚ କରିବା ସହଜ ହୋଇପାରିବ।
ଏହାକୁ ନେଇ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି ଯେ, "ଡିଶା ସୋସାଇଟି ହେଲଥ୍ ଆଣ୍ଡ ୱେଲନେସ୍ ଗ୍ରୁପ ପାଇଁ ଏହା ଆଉ ଏକ ସଫଳତା। କୋରୋନା ଯାଞ୍ଚ ପାଇଁ ମୋବାଇଲ ଭ୍ୟାନର ସଫଳତା ପରେ ଆଜି(ବୁଧବାର) 8 ଲକ୍ଷ ଟଙ୍କା ମୂଲ୍ୟର 550 ହାଇ ଏଣ୍ଡ ଫ୍ଲାଗସିପ୍ ପଲ୍ସ ଅକ୍ସିମିଟର ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡକୁ ଦାନ କରାଯାଇଛି। "
କିଛିଦିନ ପୂର୍ବରୁ ଆମେରିକାରେ ଥିବା ଓଡିଶା ସୋସାଇଟି ହେଲଥ୍ ଆଣ୍ଡ ୱେଲନେସ୍ ଗ୍ରୁପ ପକ୍ଷରୁ ଏକ ମୋବାଇଲ କୋରୋନା ଯାଞ୍ଚ ଭ୍ୟାନ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଦାନ କରାଯାଇଥିଲା। ଏହି ଭ୍ୟାନରେ କୋରୋନା ପାଇଁ ଆଧୁନିକ ସୁବିଧା ରହିଥିଲା। ଏହି ଭ୍ୟାନ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ସ୍ବାବ ପରୀକ୍ଷା କରିବାକୁକ ସହାୟକ ହେଉଛି।
ଯୁକ୍ତରାଷ୍ଟ୍ରର ଆମେରିକାରେ କାର୍ଯ୍ୟ କରୁଥିବା ଓଡିଆ ଡାକ୍ତରଙ୍କ ଗୋଷ୍ଠୀଙ୍କୁ ନେଇ ଆମେରିକାର ସୋସାଇଟି ହେଲଥ୍ ଆଣ୍ଡ ୱେଲନେସ୍ ଗ୍ରୁପ କାର୍ଯ୍ୟ କରୁଛି। ପଲ୍ସ ଅକ୍ସିମିଟର ଦାନ କରିବା ଅବସରରେ ଏହି ଗ୍ରୁପର ସଭାପତି ଦେବଶିଶ ରାୟ କହିଛନ୍ତି ଯେ, "ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତି ପାଇଁ ଅଭିନେତା ସବ୍ୟସାଚୀ ମିଶ୍ର ବହୁ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି। ଭବିଶ୍ୟତରେ ତାଙ୍କ ସହ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ଯୋଜନା ରଖିଛି ହେଲଥ୍ ଆଣ୍ଡ ୱେଲନେସ୍ ଗ୍ରୁପ। ଏହାସହ ଓଡ଼ିଶାର ଉନ୍ନତି ପାଇଁ ଆମ ସଂସ୍ଥା ପକ୍ଷରୁ ବିଭିନ୍ନ ଦେଶରେ କାର୍ଯ୍ୟ କରୁଥିବା ଓଡ଼ିଆଙ୍କୁ ନେଇ ଗ୍ଲୋବାଲ୍ ନେଟୱାର୍କ ମଧ୍ୟ ଗଠନ କରାଯାଉଛି।"
ଏହାକୁ ନେଇ ହେଲଥ୍ ଆଣ୍ଡ ୱେଲନେସ୍ ଗ୍ରୁପର ପରାମର୍ଶଦାତା ଡାକ୍ତର ଶଲୀଲ ମହାନ୍ତି କହିଛନ୍ତି ଯେ, "ପରୀକ୍ଷଣ ଭିତ୍ତିରେ ଏହି ପଦକ୍ଷେପ ନିଆଯାଇଛି ଏବଂ ଫିଡ୍ ବ୍ୟାକ୍ ଉପରେ ଆଧାର କରି ଆମେ ଏହି ପ୍ରକଳ୍ପକୁ ଆବଶ୍ୟକ ଅନୁଯାୟୀ ବିସ୍ତାର କରିବୁ। ଏକ ଉନ୍ନତ ଓଡିଶା ପାଇଁ ଆମେ ସବୁକିଛି କରିବୁ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ