ଭୁବନେଶ୍ବର: ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ବିଜୁଳି ଦର ବଢିବା ପରେ ପ୍ରତିବାଦର ସ୍ବର ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ମହଲରେ ଏହାକୁ ଦୃଢ଼ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେପି ମଧ୍ୟ ଏହାକୁ ବିରୋଧ କରିଛନ୍ତି ।
ବିଜେପି ଏହାକୁ ନିନ୍ଦା କରିଥିବାବେଳେ ପିସିସି ସଭାପତି ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଲୁଚାଇବାକୁ ଯାଇ ସାଧାରଣ ଲୋକଙ୍କ ଉପରେ ବୋଝ ଲଦିଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ବଡ ବଡ ଶିଳ୍ପ ଉପରେ କୋଟି କୋଟି ଟଙ୍କା ବକେୟା କରିଥିବାବେଳେ ସରକାର ଲାଭରେ ଥାଇ ମଧ୍ୟରେ ଦର ବୃଦ୍ଧି କରିବା ଠିକ ନୁହେଁ । ବିଶେଷକରି କରୋନା କାଳରେ ଯେଉଁଭଳି ଜୀବନ ଜୀବିକା ପ୍ରଭାବିତ ହୋଇଛି ତା ଉପରେ ବିଜୁଳି ଦର ବୃଦ୍ଧି ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।