ଭୁବନେଶ୍ବର: ଏଚଡିଏଫସି ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ଓଡ଼ିଶାର 1000 ଷ୍ଟାର୍ଟଅପକୁ 2020 ସୁଦ୍ଧା ଆର୍ଥିକ, ବୈଷୟିକ ଓ ଭିତ୍ତିଭୂମି ସହାୟତା ମିଳିବ। ବର୍ତ୍ତମାନ ସୁଦ୍ଧା 570 ଷ୍ଟାର୍ଟଅପ ପଞ୍ଜିକୃତ ହୋଇ ସହାୟତା ପାଉଛନ୍ତି।
ଏଥିରେ ରାଜ୍ୟର ପଛୁଆ ଜିଲ୍ଲା ଲୋକଙ୍କ ଓ ରାଜ୍ୟର ଆର୍ଥିକ ବିକାଶ ହେବ ବୋଲି ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଦେଶର 8000 ଷ୍ଟାର୍ଟଅପଙ୍କୁ ଏ ଯାଏଁ ଏଚଡିଏଫସି ସହାୟତା ଦେବା ସହ ସ୍ମାର୍ଟ ବାୟୋ ପ୍ଲାଟଫର୍ମ ଦିଆଯାଇଛି।